Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Feb 23, 2020    Views: 4520

    ଭୁବନେଶ୍ୱର : ରାଜ୍ୟ ବିଜେଡ଼ି କାର୍ୟ୍ୟାଳୟରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସେଠାରେ ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ଲଗାତର ଚଳିତ ବର୍ଷ ସେ ଅଷ୍ଟମ ଥର ପାଇଁ ଦଳର ସଭାପତି ହେବେ। ଏହାସହ ଆସନ୍ତା ୨୬ରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ସୂଚନା ମିଳିଛି। କାର୍ୟ୍ୟକାରୀଣୀ ସଦସ୍ୟ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି।  ଏକା ସମୟରେ ଦଳର ୮୦ ଜଣ ରାଜ୍ୟ କାର୍ୟ୍ୟକାରୀ ସଦସ୍ୟମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ବିଜେଡି ସଭାପତି ପଦ ପାଇଁ ପୂର୍ବରୁ କେବଳ ନବୀନ ପଟ୍ଟନାୟକ ଯେପରି ନିର୍ବାଚିତ ହୋଇ ଆସୁଛନ୍ତି , ଚଳିତ ଥର ମଧ୍ୟ ନବୀନ ପଟ୍ଟନାୟକ ସଭାପତି ହେବେ ବୋଲି ଚର୍ଚ୍ଚା ହେଉଛି ।

    ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ବିଜୁ ଜନତା ଦଳ ଜିଲ୍ଲା ସଂଗଠନ ମୁଖିଆ (ଜିଲ୍ଲା ସଭାପତି)ଙ୍କ ନାମ ଘୋଷଣା କରିଥିଲା ।  ୩୩ଟି ସାଂଗଠନିକ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ କରିଥିବା ନେତାଙ୍କ ମଧ୍ୟରୁ ୧୯ଜଣ ନୂଆ ଓ ୧୪ ଜଣ ପୁରୁଣା ନାମ ଘୋଷଣା କରାଯାଇଥିଲା।

    Maximum 500 characters

    ରାଜନୀତି View all

    Find Us on Facebook