Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି: ନବୀନ

    Share on :
    ajab-Image
    Date: Jan 20, 2020    Views: 3905

    ଭୁବନେଶ୍ୱର: ରାଜ୍ୟ ସରକାର ସବୁବେଳେ ଓଡ଼ିଶାର ଚାଷୀଙ୍କ ସହ ଅଛନ୍ତି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ରାଜ୍ୟ କୃଷି ନୀତି-୨୦୨୦କୁ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ,  ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ ବିନ୍ଦୁ ।  କୃଷିର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛୁ ।  କାଳିଆ ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ସ୍ୱାଭିମାନ ସହ ଚାଷୀ ବଞ୍ଚୁ ।  ଚାଷୀ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ ।  ଚାଷୀ ବିକାଶର ସାରଥୀ ହେଉ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । 

    ସେପଟେ କୃଷି ଓଡିଶା-୨୦୨୦ ଉଦଘାଟନୀ ଉତ୍ସବରେ କୃଷିମନ୍ତ୍ରୀ କହିଛନ୍ତି, ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି । ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି ।

    ସୂଚନାଯୋଗ୍ୟ, ଫିକି ସହଯୋଗିତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଓଡ଼ିଶା ଆୟୋଜନ କରାଯାଇଛି। ଚଳିତ ବର୍ଷ କୃଷି ଓଡ଼ିଶାରେ ୨୨୮ଟି ଷ୍ଟଲ ରହିବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନି ଭାଗ ନେଇଛନ୍ତି। ଏହି ଷ୍ଟଲଗୁଡ଼ିକରେ କୃଷି ଓ କୃଷକଙ୍କ ସଶକ୍ତିକରଣର ଚିତ୍ର ଦେଖିବାକୁ ମିଳିବ। କୃଷିକ୍ଷେତ୍ର ଉପଯୋଗୀ ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଆୟୋଜନ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

    ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଞ୍ଚାୟତ ଜନପ୍ରତିନିଧି ଓ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨ତାରିଖକୁ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ, ୨୩ତାରିଖକୁ ମହିଳା ଦିବସ ଭାବେ ରଖାଯାଇଛି। ୨୨ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook