ମୁଖ୍ୟ ଖବର
ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ଏକ ଇସ୍ପାତ ପ୍ଲାଂଟ ପ୍ରତିଷ୍ଠା ହେବ । ଲକ୍ଷ୍ମୀ ନାରାୟଣ ମିତଲ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଅପରପକ୍ଷରେ ଆର୍ସେଲର ମିତରଲ ନିପନ ଷ୍ଟିଲ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି । ଏହି ପ୍ରକଳ୍ପରେ ୫୦ ହଜାର କୋଟି ଟଙ୍କା ନିବେଶର ଲକ୍ଷ୍ୟ ରହିଛି । ୧୨ ନିୟୂତ ଟନ ବିଶିଷ୍ଟ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଲୋକସେବା ଭବନରେ ଏହି ଏମଓୟୂ ସ୍ୱାକ୍ଷରିତ ହୋଇଥିବାବେଳେ ଉଭୟ ନବୀନ ଓ ମିତଲ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ