Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଉମଙ୍ଗ ଆପସରେ ଲର୍ଣ୍ଣର ଲାଇସେନ୍ସ , ନବୀନ କଲେ ଶୁଭାରମ୍ଭ

    Share on :
    ajab-Image
    Date: Feb 10, 2021    Views: 4066

    ଭୁବନେଶ୍ୱର : ଏଣିକି ଉମଙ୍ଗ ଆପସରେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରାଯାଇପାରିବ  । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏଭଳି ବ୍ୟବସ୍ଥା କରିଛନ୍ତି  । ଏହାଛଡ଼ା ରାଜ୍ୟ ସଡ଼କ କର୍ତୃପକ୍ଷଙ୍କ ଆଉ ୯ଟି ଅନଲାଇନ ସେବାର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ଏଣିକି ଆରଟିଓଗୁଡ଼ିକ କାଗଜବିହୀନ ବା ପେପରଲେସ ହେବ  । ୫ଟି କାର୍ଯ୍ୟକ୍ରମ ଅଧିନରେ ଏହିସବୁ ଅନଲାଇନ ସେବା ଆରମ୍ଭ ହୋଇଛି  । ଯାନବାହାନ ପଞ୍ଜୀକରଣ, ସ୍ୱୟଂକ୍ରିୟ ଦ୍ରବ୍ୟ ପରିବହନ ଅନୁମତି, ବସକୁ ସ୍ୱତନ୍ତ୍ର ଅନୁମତି, ଇଂଟରନାସନାଲ ଡ୍ରାଇଭିଂ ଅନୁମତି ପାଇଁ ଅନଲାଇନ ଆବେଦନ, ପଞ୍ଜୀକରଣର ନବୀକରଣ ଓ ଯେକୌଣସି ଆରଟିଓରେ ଓନରସିପ ପରିବର୍ତନ ଓ ମୋବାଇଲ ଆପସ ମାଧ୍ୟମରେ ଲର୍ଣ୍ଣର ଲାଇସେନ୍ସର ବ୍ୟବସ୍ଥା କରାଯାଇଛି  । 

    ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏଣିକି ଆଉ ପରିବହନ ଅଫିସ ଆଗରେ ଲମ୍ବା ଧାଡ଼ି ଲଗାଇବାକୁ ପଡ଼ିବ ନାହିଁ  । ଅନଲାଇନ ପଦ୍ଧତିରେ ନାଗରିକ କୈନ୍ଦି୍ରକ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ  । ସେହିପରି ଗାଡ଼ି ପଞ୍ଜୀକରଣ ପେପରଲେସ କରାଯାଇଛି ବୋଲି ସେ କହିଛନ୍ତି  । 

    ଏହି ଅବକାଶରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଓ ପରିବହନ କମିଶନର ସଂଜୀବ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook