ମୁଖ୍ୟ ଖବର
ଭୁବନେଶ୍ୱର : ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ସବୁ ବିଭାଗରେ ଇ-ମଷ୍ଟର ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗଗୁଡ଼ିକୁ ନିଦେ୍ର୍ଧଶ ଦେଇଛନ୍ତି । ଅକ୍ଟୋବର ୨ରୁ ୫ଟି କାର୍ଯ୍ୟକ୍ରମ ଅଧିନରେ ଇ-ମଷ୍ଟର ରୋଲ ବ୍ୟବସ୍ଥାର ଶୁଭାରମ୍ଭ ହେବ । ପ୍ରାରମ୍ଭରେ ପୂର୍ତ, ଜଳସମ୍ପଦ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ବିକାଶ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୧୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ପ୍ରକଳ୍ପ କ୍ଷେତ୍ରରେ ଏହି ଇ-ମଷ୍ଟର ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
ଇ-ମଷ୍ଟର ରୋଲ ଓ ବ୍ୟାଙ୍କ ମାଧ୍ୟମରେ ମଜୁରୀ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସ୍ୱଚ୍ଛତା ରକ୍ଷା ଓ କୌଣସି ପ୍ରକାର ଠକାମୀ ନହେବା ପାଇଁ ଇ-ମଷ୍ଟର ରୋଲର ବ୍ୟବସ୍ଥା କରାଯିବ । ଲାଇନ ବିଭାଗ ଦ୍ୱାରା ହେଉଥିବା କାର୍ଯ୍ୟରେ ଶ୍ରମିକମାନଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଦେବାର ମଧ୍ୟ ବ୍ୟବସ୍ଥା ରହିଛି । ଯାହାଫଳରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ, ଇଏସଆଇ ଓ ଇପିଏଫ ଆଦିକୁ ସୁନିଶ୍ଚିତ କରାଯାଇପାରିବ ।
ଅକ୍ଟୋବର ୨ରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ । ପୂର୍ତ, ଜଳସମ୍ପଦ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ବିକାଶ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗରେ ହେଉଥିବା ୧୦ କୋଟିର ଉଦ୍ଧ୍ୱର୍ ମୂଲ୍ୟର ପ୍ରକଳ୍ପ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ । ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ସବୁ ବିଭାଗରେ ଇ-ମଷ୍ଟର ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବିଭାଗଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।
ଭିଡ଼ିଓ କନଫେରେନ୍ସିଂ ଯୋଗେ ଏହାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କାର୍ଯ୍ୟରେ ସ୍ୱଚ୍ଛତା ଓ ଉତରଦାୟିତ୍ୱ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଥିପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବସ୍ଥା କରାଯିବ । ଏଥିପାଇଁ କର୍ମଚାରୀମାନଙ୍କର ରାଜ୍ୟସ୍ତରରେ ପ୍ରଶିକ୍ଷଣ ଓ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ କରାଯିବା ସହ ଆଇଇସି ଜରିଆରେ ଶ୍ରମିକମାନଙ୍କୁ ସଚେତନ କରାଯିବ । ସେହିପରି ବ୍ୟାଙ୍କ ଓ ଅନ୍ୟ ଏଜେନ୍ସୀଗୁଡ଼ିକ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ପୂର୍ତ ବିଭାଗ ଏହି କାର୍ଯ୍ୟକ୍ରମର ନୋଡ଼ାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭିକେ ପାଣ୍ଡିଆନ, ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ