Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜଗାଙ୍କୁ ଦେଖି ନବୀନ ବିଭୋର

    Share on :
    ajab-Image
    Date: Jun 23, 2020    Views: 3791

    ଭୁବନେଶ୍ୱର : ରଥରେ ମହାପ୍ରଭୂଙ୍କୁ ଦେଖି ମନ ବିଭୋର ହୋଇଯାଉଛି  । ରଥାରୂଢ଼ ମହାପ୍ରଭୂଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରିଦେଉଛି  । ମହାପ୍ରଭୂ ଆମ ସମସ୍ତଙ୍କର ଗୁହାରି ଶୁଣିବେ  । ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ ପାଇଁ କଲ୍ୟାଣ ହେବ  । ଦୂରଦର୍ଶନରେ ମହାପ୍ରଭୂଙ୍କ ଘୋଷଯାତ୍ରା ଦେଖିବା ପରେ ଫେସବୁକ ପେଜରେ ଏଭଳି ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଆସିଥିଲେ  । ଲୋକସେବା ଭବନରେ ନିଜ ଚାମ୍ବରରେ ବସି ରଥଯାତ୍ରା ଦେଖିଥିଲେ  । ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ ବି ଉପସ୍ଥିତ ଥିଲେ  । ମହାପ୍ରଭୂଙ୍କ ପହଣ୍ଡି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ଆସନରେ ଠିଆ ହୋଇ ପ୍ରଣିପାତ ଜଣାଇଥିଲେ  । ସେହିପରି ଉକôଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସ୍ୱତନ୍ତ୍ର ସଂଖ୍ୟା ବି ଉନ୍ମୋଚନ କରିଥିଲେ  ।

    ରଥଟଣା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଛି  । ଏଥିପାଇଁ ସେ ସେବାୟତ, ପ୍ୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି  । ଏହା ସହିତ ପୁରୀର ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

     

     

    Maximum 500 characters

    ରାଜନୀତି View all

    Find Us on Facebook