Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କର୍ମୀଙ୍କୁ କି ଆହ୍ୱାନ ଦେଲେ ନବୀନ

    Share on :
    ajab-Image
    Date: Dec 26, 2019    Views: 6160

    ଭୁବନେଶ୍ୱର : ବିଜେଡ଼ିର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ।

    ନବୀନ କହିଛନ୍ତିଯେ, ଜାତିର ପିତା ମହାତ୍ମାଗାନ୍ଧୀ ଲୋକଙ୍କ ଭିତରେ ସେବା ମନୋଭାବର ବିକାଶ ପାଇଁ ଆମକୁ ଦେଇଥିବା ମନ୍ତ୍ର ବିଷୟରେ ଆପଣମାନେ ଜାଣନ୍ତି  । ଗାନ୍ଧୀଜୀଙ୍କର ଏହି ମନ୍ତ୍ର ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ  । ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ନମ୍ରତାର ସହ ଆଉ ଏକ ମନ୍ତ୍ର ମୁଁ ଆପଣଙ୍କ ପାଖରେ ରଖୁଛି  । ଓଡ଼ିଶାର ସାଢେ଼ ୪ କୋଟି ଭାଇଭଉଣୀ ହେଉଛନ୍ତି ଆମର ପରିବାର  । ଭୋଟ ଜରିଆରେ ସେମାବେ ଆମକୁ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ । ଆମ ପରିବାର ସେବା ପାଇଁ ଏହା ଏକ ମହାନ ସୁଯୋଗ  । ଏହି ଭାବନା ନେଇ ଆମେ ସମସ୍ତେ କାମ କରୁଛୁ  । ସାଢେ଼ ୪ କୋଟି ଭାଇଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରିଆସୁଛୁ  । ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନାହୁଁ  । ସେବାଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ  । ଏଥିପାଇଁ ଆମେ ୩୬୫ ଦିନ କାମ କରୁଛୁ  । ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି  । ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି  ।

    ସାଢେ଼ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ଏହା ଏକ ଆନେ୍ଦାଳନ  । ସଶକ୍ତିକରଣ ପାଇଁ ଏକ ଆନେ୍ଦାଳନ  । ସାଢେ଼ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିକାଶକୁ ନେଇ ଚାଲିଥିବା ଏକ ଆନେ୍ଦାଳନ ବୋଲି ନବୀନ କହିଥିଲେ । ଦଳର ପ୍ରତିଷ୍ଠା ଅବସରରେ ଆମର କୋଟି କୋଟି କର୍ମୀ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି  । ଆପଣମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଲଜାନ ପରି ଦଳକୁ ଶକ୍ତି ଯୋଗାଇଛି  । ଆପଣଙ୍କ ତ୍ୟାଗ ଦଳକୁ ମଜବୁତ କରିଛି  ।

    Maximum 500 characters

    ରାଜନୀତି View all

    Find Us on Facebook