Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶାନ୍ତି ବଜାୟ ରଖିବାକୁ ନବୀନଙ୍କ ଆହ୍ୱାନ

    Share on :
    ajab-Image
    Date: Nov 9, 2019    Views: 809

    ଭୁବନେଶ୍ୱର : ‘ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାହା ରାୟ ଦେବେ ତାହା ଆମେ ଗ୍ରହଣ କରିବା  । ଶାନ୍ତି ଓ ସଦଭାବନା ରକ୍ଷା କରିବା  । ଭ୍ରାତୃତ୍ୱବୋଧ ହିଁ ଆମ ଧର୍ମନିରପେକ୍ଷତାର ହଲମାର୍କ  ।’ ଅଯୋଧ୍ୟା ରାୟ ପ୍ରକାଶ ପୂର୍ବରୁ ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ଅଯୋଧ୍ୟା ରାୟ ଉପରେ ଏବେ ସାରା ଦେଶର ନଜର  । ଅତୀତରେ ଅଯୋଧ୍ୟା ପ୍ରସଙ୍ଗକୁ ନେଇ ଅନେକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି  । ଅଯୋଧ୍ୟାରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ଓ ସଦଭାବନା ରକ୍ଷା ଲାଗି ଆହ୍ୱାନ ମଧ୍ୟ ଦେଇଛନ୍ତି  ।

    ସକାଳ ସାଢେ଼ ୧୦ଟାରେ ଅଯୋଧ୍ୟା ରାୟ ପ୍ରକାଶ ପାଇବ  । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱାଧିନ ସମ୍ବିଧାନ ପୀଠ ଅଯୋଧ୍ୟା ସଂକ୍ରାନ୍ତରେ ଚୂଡ଼ାନ୍ତ ରାୟ ଘୋଷଣା କରିବେ  । ଯାହାକୁ ନେଇ ସାରା ଦେଶରେ ଉତ୍ସୁକତା ପ୍ରକାଶ ପାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook