Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କୁ ଏଫଆଇଏଚ ପୁରସ୍କାର

    Share on :
    ajab-Image
    Date: Nov 3, 2019    Views: 177

    ଭୁବନେଶ୍ୱର: ହକି ବିକାଶରେ ଅତୁଳନୀୟ ଅବଦାନର ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ ଏଫ୍ଆଇଏଚ୍ ସଭାପତି ପୁରସ୍କାର ପ୍ରଦାନ କରିଛି । ଏଫ୍ଆଇଏଚ୍ ସଭାପତି ନରିନ୍ଦର ବାତ୍ରା ଭାରତ-ଆମେରିକା ମହିଳା ମ୍ୟାଚ୍ ପରେ ତାଙ୍କୁ ଏକ ସ୍ୱର୍ଣ୍ଣ ଅଳଙ୍କାର ପ୍ରଦାନ କରିଥିଲେ । ଭାରତ ଏବଂ ଭାରତ ବାହାରେ ହକି ପ୍ରଚାର ପ୍ରସାର ପାଇଁ ଚଳିତ ବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଏଫ୍ଆଇଏଚ୍  କଂଗ୍ରେସ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପାଇଁ ବଛା ଯାଇଥିଲା । ବାତ୍ରା ଏହି ଅବସରରେ ଓଡ଼ିଶା ଦେଶର କ୍ରୀଡ଼ା ବିକାଶ ଲାଗି ତୁଲାଉଥିବା ଅଗ୍ରଣୀ ଭୂମିକା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।

    ଭାରତ ଆମେରିକା ମହିଳା ମ୍ୟାଚ୍ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ସମୟ ମ୍ୟାଚ୍ ଦେଖିଥିଲେ । ଭାରତ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ବେଳେ ପଡ଼ିଆ ଭିତରକୁ ଯାଇ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ସେହିଭଳି ଭାରତୀୟ ମହିଳା ଦଳର ଖେଳାଳିମାନେ ମଧ୍ୟ ତାଙ୍କ ପାଖକୁ ଯାଇ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ପଡ଼ିଆ ଭିତରକୁ ଗଲା ବେଳେ ଷ୍ଟାଡିୟମ ଦର୍ଶକ ଖୁସିରେ ଫାଟି ପଡ଼ିଥିଲେ । ସେମାନେ ଏକାଠି ହୋଇ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଟିକେଟ ହାସଲ କରିଥିବାରୁ ସେ ଦଳ ପାଇଁ ଶୁଭଙ୍କର ବୋଲି ଅନେକ କହିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook