Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ

    Share on :
    ajab-Image
    Date: Jun 17, 2020    Views: 4894

    -ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଉକ୍ତ ହୋମରେ ରଖାଯିବ
    -ଟେଷ୍ଟିଂ ପରେ ପଜିଟିଭ ଆସିଲେ କୋଭିଡ ହସ୍ପିଟାଲକୁ ନିଆଯିବ
    -ସରପଞ୍ଚଙ୍କ ହାତରେ ରହିବ ହୋମ ପରିଚାଳନା ଦାୟିତ୍ୱ

    -ସହରାଞ୍ଚଳରେ ବଡ଼ ବଡ଼ ବସ୍ତିରେ କୋଭିଡ କେୟାର ହୋମ ପ୍ରତିଷ୍ଠା କରାଯିବ

    ଭୁବନେଶ୍ୱର:  ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି ।  ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।  ତେବେ କରୋନା ମୁକାବିଲା ପାଇଁ ପରବର୍ତ୍ତୀ ରଣକୌଶଳ ସମ୍ପର୍କରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ ପ୍ରତିଷ୍ଠା କରାଯିବ ।

    କୋଭିଡ କେୟାର ହୋମରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିପାରିବେ ।  କୋଭିଡ କେୟାର ହୋମରେ ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକ ରହିପାରିବେ ।  ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆନଯାଇ ଉକ୍ତ କୋଭିଡ କେୟାର ହୋମରେ ରଖାଯିବ । ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଉକ୍ତ ହୋମରେ ରଖାଯିବ । ଟେଷ୍ଟିଂ ପରେ ପଜିଟିଭ ଆସିଲେ କୋଭିଡ ହସ୍ପିଟାଲକୁ ନିଆଯିବ । 

    କୋଭିଡ କେୟାର ହୋମ ପରିଚାଳନା ଦାୟିତ୍ୱ ସରପଞ୍ଚଙ୍କ ହାତରେ ରହିବ ।  କୋଭିଡ ପରିଚାଳନା ବିକେନ୍ଦ୍ରୀକରଣ ପାଇଁ ୱାର୍ଡ କମିଟି ଗଠନ କରାଯିବ ।  କମିଟିରେ ୱାର୍ଡସ୍ତରୀୟ ପ୍ରତିନିଧିଙ୍କ ସହ ଆଶା ଓ ଅଙ୍ଗନବାଡ଼ି କର୍ମୀ ରହିବେ ।  କମିଟିରେ ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନଏମ ଓ ଏସଏଚଜି ସଦସ୍ୟା ବି ରହିବେ ।  ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ପାଇଁ କ୍ଷମତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 

    ଅନ୍ୟପକ୍ଷରେ  ସହରାଞ୍ଚଳ ୱାର୍ଡ କମିଟି ୱାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ ।  ସହରାଞ୍ଚଳରେ ବଡ଼ ବଡ଼ ବସ୍ତିରେ କୋଭିଡ କେୟାର ହୋବ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook