Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନବୀନ ଆରମ୍ଭ କଲେ “ଓଡ଼ିଶା-ମୋ ପରିବାର” କାର୍ଯ୍ୟକ୍ରମ

    Share on :
    ajab-Image
    Date: Oct 25, 2019    Views: 402

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସମାଜ ସେବା କାର୍ଯ୍ୟକ୍ରମ - “ଓଡ଼ିଶା-ମୋ ପରିବାର”  ସମ୍ପର୍କରେ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଗତ ଅକ୍ଟୋବର ୨ ତାରିଖରେ ଦଳର ପଦଯାତ୍ରା  (ଗାନ୍ଧି ଜୟନ୍ତୀ) ଅବସରରେ ମୁଖ୍ୟମନ୍ତ୍ରୀ ଦଳର ସମାଜ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

    “ଓଡ଼ିଶା-ମୋ ପରିବାର”  କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶା ମା’ର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ୱାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ।

    “ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ “ଅହିଂସା”କୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ମୁଁ ଦାବି କରିଆସିଛି । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ ତାଙ୍କର ୧୫୦ତମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ “ଓଡ଼ିଶା-ମୋ ପରିବାର”  କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ଏହି କାର୍ଯ୍ୟକ୍ରମ ଦଳର ଏକ ପ୍ରମୁଖ ଅଂଶ ଭାବରେ ସର୍ବଦା କାର୍ଯ୍ୟ କରିବ ।”
    “ବିଜୁ ବାବୁ ଆମର ଆଦର୍ଶ, ସେ ଓଡ଼ିଆମାନଙ୍କୁ ବହୁତ ଭଲ ପାଉଥିଲେ ଓ ଓଡ଼ିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ । ସେ ଥିଲେ ବିଶାଳ ହୃଦୟର ଅଧିକାରୀ । ଗରିବ, ଦୁଃଖୀ ରଙ୍କି ତଥା ବିପଦରେ ପଡ଼ିଥିବା ଲୋକଙ୍କୁ ସେ ହିଁ ପ୍ରଥମେ ସହାୟତାର ହାତ ବଢ଼ାଇଥିଲେ । “ଓଡ଼ିଶା-ମୋ ପରିବାର”  କାର୍ଯ୍ୟକ୍ରମ ବିଜୁ ବାବୁଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ।

    ଓଡ଼ିଶାବାସୀ ସବୁବେଳେ ବିଜୁ ଜନତା ଦଳ ସାଥୀରେ ରହି ଆସିଛନ୍ତି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମକୁ ଦୃଢ଼ ଭାବରେ ସମର୍ଥନ କରି ଆସିଛନ୍ତିି । ଓଡ଼ିଶାବାସୀଙ୍କ ଭଲ ପାଇବା ମୋତେ ସବୁଦିନ ପାଇଁ ଋଣୀ କରିଛି ।”

    “ସାଢେ଼ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର” ସେମାନଙ୍କ ମଙ୍ଗଳ ପାଇଁ ମୁଁ ସବୁବେଳେ କାମ କରୁଛି । ସେହି କାମକୁ ଆହୁରି ଆଗକୁ ନେବାକୁ ମୁଁ “ଓଡ଼ିଶା-ମୋ ପରିବାର”  କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦେବ ।

    ୧. ପରିବେଶ ସୁରକ୍ଷା: ଏଥିପାଇଁ ଆମର କର୍ମୀ ଭାଇ ଭଉଣୀମାନେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବେ ଏବଂ ଏ ଦିଗରେ ଲୋକଙ୍କୁ ସଚେତନ କରାଇବେ ।

    ୨. ରକ୍ତ ଦାନ ସେବା ଓ କଲ୍ୟାଣ: ଆମର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ  ବେଶ ସଫଳତାର ସହ ଚାଲିଛି । ରକ୍ତଦାନକୁ ଏକ ସାମାଜିକ ଆନେ୍ଦାଳନରେ ପରିଣତ କରିବା ମୋର ଲକ୍ଷ୍ୟ । ଏହାକୁ ଏକ ପବିତ୍ର ଦାୟିତ୍ୱ ଭାବରେ ଜ୍ଞାନ କରି ସମସ୍ତେ ଆଗେଇ ଆସିବା ଉଚିତ ।

    ୩. ବିପନ୍ନ ଓଡ଼ିଆଙ୍କୁ ସହାୟତା: ଦେଶ ତଥା ବିଦେଶରେ କାମ କରୁଥିବା ଓଡ଼ିଶାବାସୀମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥୀରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଆମ ଦଳର କର୍ମୀମାନେ କାର୍ଯ୍ୟ କରିବେ ।

    ଓଡ଼ିଶାବାସୀଙ୍କ ଆଶୀର୍ବାଦ ମୋତେ ସେବାର ସୁଯୋଗ ଦେଇଛି । ସେଥିପାଇଁ ମୁଁ କୃତଜ୍ଞ । ମୋର ବିଶ୍ୱାସ ବିଜୁ ଜନତା ଦଳର “ଓଡ଼ିଶା-ମୋ ପରିବାର”  କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ  ପୂର୍ଣ୍ଣ ସହଯୋଗରେ ଲୋକଙ୍କୁ ସେବା ଯୋଗାଇବାରେ ସଫଳ ହେବ ।

    ଏହି କାର୍ଯ୍ୟକ୍ରମ ପାଇଁ ମୁଁ ଅରୂପ କୁମାର ପଟ୍ଟନାୟକଙ୍କୁ-ଆବାହକ ଓ ଶ୍ରୀ ପିନାକୀ ମିଶ୍ର, ଡା.ଅଚୁ୍ୟତ ସାମନ୍ତ, ଶ୍ରୀ ଚନ୍ଦ୍ରଶେଖର ସାହୁ , ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ନଳୀନିକାନ୍ତ ପ୍ରଧାନଙ୍କୁ -ସହ ଅଽାହକ ଏବଂ ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଧୀର ସାମଲ, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ସଞ୍ଜୀବ ମଲ୍ଲିକ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ରିତା ତରାଇ, ଶ୍ରମତୀ ଭାରତୀ ସିଂ, ଶ୍ରୀମତୀ ସୁନିତା ବିଶ୍ୱାଳ, ଶ୍ରୀମତୀ ସନ୍ଧ୍ୟାକୁମାରୀ ନାୟକ, ଶ୍ରୀମତୀ ଡେଜାଲିନ୍ ମହାପାତ୍ର ଓ ଶ୍ରୀ ଗୌରହରୀ ମିଶ୍ରଙ୍କୁ-ସଭ୍ୟ ଭାବେ ନିଯୁକ୍ତି କରିଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook