ମୁଖ୍ୟ ଖବର
ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇଟି ମନ୍ଦିର ପାଇଁ ପ୍ରସ୍ତାବିତ ଐତିହ ଅଧିନିୟମ ପ୍ରତ୍ୟାହାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଟ୍ୱିଟର ୱାର ଦେଖାଦେଇଛି ।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଏନଏମଏ ଏହି ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରୁ ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗ ସହିତ ଜଡିତ ଥିବାରୁ ଏହା ଏକ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗ । ଏଣୁ କେନ୍ଦ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାବି ମାନିନେବା ଉଚିତ୍ ବୋଲି ଟ୍ୱିଟ୍ କରିବା ସହିତ ନିଜ ଦଳର ସାଂସଦମାନଙ୍କୁ ଏହି ପ୍ରସଙ୍ଗକୁ ପୁଣି ଥରେ କେନ୍ଦ୍ର ସଂସ୍ଖୃତି ମନ୍ତ୍ରୀଙ୍କ ନଜର କୁ ଆଣନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ର ଜବାବ୍ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଐତିହ ସୁରକ୍ଷା ଏବଂ ଏକାମ୍ରକ୍ଷେତ୍ରର ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଓଡ଼ିଶା ସରକାରଙ୍କ ଚିନ୍ତା ସ୍ୱାଗତ ଯୋଗ୍ୟ ଏବଂ ଐତିହ ର ସୁରକ୍ଷା କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ମିଳିତ ଦାୟିତ୍ୱ । ଏନଏମଏ ସବୁ ଐତିହର ସୁରକ୍ଷା ଓ ସଂରକ୍ଷଣ ଉପରେ ଦୃଷ୍ଟି ଦେଇ ହିଁ ଏହି ଅଧିନିୟମ ପ୍ରସ୍ତାବିତ କରିଛି । ଏବଂ ହୁଏତ ଏହାକୁ ରାଜ୍ୟ ସରକାରଙ୍କ ବଡ ବଡ ବାବୁ ମାନେ ଠିକ୍ ଭାବରେ ବୁଝି ନାହାନ୍ତି । ସଠିକ୍ ଭାବରେ ରାଜ୍ୟସରକାରଙ୍କ ଅଧିକାରୀ ମାନେ ଐତିହ ସୁରକ୍ଷା ଆଇନ୍ ଓ ଏହି ପ୍ରସ୍ତାବିତ ବାଇ-ଲ ବିଷୟରେ ଅବଗତ ହୋଇ ନାହାନ୍ତି ତେଣୁ ଏଭଳି ସ୍ଥିତି ଉପୁଜୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ର ଜବାବ୍ ଦେଇ ଟ୍ୱିଟ୍ କରିଛନ୍ତି କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Comments ସମସ୍ତ ମତାମତ