Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତୁମ ପାଇଁ ଆମେ ଗର୍ବିତ, ଜାଣନ୍ତୁ କାହା ପାଇଁ ଏମିତି କହିଲେ ନବୀନ

    Share on :
    ajab-Image
    Date: Apr 8, 2021    Views: 3318

    ଭୁବନେଶ୍ୱର: ରାଜ୍ୟର ଉଦୀୟମାନ ମହିଳା ସାଇକ୍ଲିଷ୍ଟ ସ୍ୱସ୍ତି ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ନବୀନ ନିବାସରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ନିକଟରେ ହାଇଦ୍ରାବାଦରେ ଆୟୋଜିତ ୭୨ତମ ନ୍ୟାସନାଲ ଟ୍ରାକ ସାଇକିଂ ଚାମ୍ପିଅନସିପରେ ସ୍ୱସ୍ତି ନୂଆ ଜାତୀୟ ରେକର୍ଡ ସହ ମୋଟ ୩ଟି ପଦକ ଜିତିଥିଲେ । ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣପଦକ ସାମିଲ ରହିଥିଲା । ମହିଳା ୩୦୦୦ ମିଟର ବ୍ୟକ୍ତିଗତ ବର୍ଗରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ । ନିର୍ଦ୍ଧାରିତ ଦୂରତାକୁ ୪:୦୫:୫୪୭ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ କରିଥିଲେ । ୨୦୨୦ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସ୍ୱସ୍ତି ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ଏହା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ । ସ୍ୱସ୍ତିଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ତୁମର ସଫଳତା ଦେଶର ଆଶାୟୀ ସାଇକ୍ଲିଷ୍ଟ ଏବଂ ଯୁବବର୍ଗଙ୍କ ପାଇଁ ପ୍ରେରଣା । ବିଶେଷ କରି ମହିଳାମାନଙ୍କ ପାଇଁ, ତୁମ ପାଇଁ ଆମେ ଗର୍ବିତ ।’ ସ୍ୱସ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏବେ ନୂଆଦିଲ୍ଲୀ ଜାତୀୟ ସାଇକ୍ଲିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook