ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶା ହାତରୁ ଖସି ଯାଉଛି କୋଟିଆ । କୋରାପୁଟ ଜିଲ୍ଲାର ଏହି ଗ୍ରାମ ପୁକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାକୁ ଦୀର୍ଘ ଦିନରୁ ଲୋଲୁପ ଦୃଷ୍ଟଅତି ପକାଇଛ"ି । ପୂର୍ବରୁ ରାସନ କାର୍ଡ ଓ ସରକାରୀ ଯୋଜନା ଆବଣ୍ଟନ କରି ନିଜ ସ୍ଥିତି ଜାହିର କରି ଆସିଥିବା ଆନ୍ଧ୍ର ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମା" ଗାଁ ତଳଗେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବ । ଆଜି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଗ୍ରାମବାସୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ । ଏହା ସହିତ ସୀମା" ଗ୍ରାମବାସୀଙ୍କ ବିକାଶ ପାଇଁ ଘୋଷଣା କରିବେ ନୂଆ ଯୋଜନା । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ ସନ୍ଧ୍ୟାରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୧୫ ବ୍ୟାଚ ଆଇଏଏସ ଅଧିକାରୀ ତଥା କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିକାଶ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଥିବା ଅବଦୁଲ ଅଖତରଙ୍କୁ ଅବସ୍ଥାପିତ କରାଯାଇଛି । ଅନ୍ୟପଟେ ଶ୍ରୀ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଜିଲ୍ଲାପାଳଙ୍କ ଅଚାନକ ବଦଳିକୁ ନେଇ କ୍ଷମତା କରିଡରରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।
Comments ସମସ୍ତ ମତାମତ