ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି ସେବାରେ ଏବଂ ଓଡ଼ିଶାବାସୀଙ୍କ ପାଇଁ ସଂଗ୍ରାମରେ ବିଶ୍ୱାସ କରେ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମାସେ ବ୍ୟାପୀ ଚାଲିଥିବା ବିଜେଡିର ପଦଯାତ୍ରାର ଅନ୍ତିମ ଦିବସ ଅବସରରେ ଭୁବନେଶ୍ୱରସ୍ଥ ସାଲିଆସାହି ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ଲୋକଙ୍କ ଆଶୀର୍ବାଦ, କର୍ମୀଙ୍କ ପରିଶ୍ରମ ପୁନଶ୍ଚ ସେବାର ସୁଯୋଗ ଦେଇଛି । ଓଡ଼ିଶାବାସୀଙ୍କ ଏଭଳି ଭଲ ପାଇବା ମୋତେ ଋଣୀ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ନିକଟରେ ‘ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଜେଡିର ସବୁ କର୍ମୀ ଭାଇଭଉଣୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ଗାନ୍ଧୀ ଜୟନ୍ତୀ ଅବସରରେ ଗତ ୨ତାରିଖରେ ଆରମ୍ଭ ହୋଇଥିଲା ବିଜେଡିର ଜନସଂପର୍କ ପଦଯାତ୍ରା। ଏହା ଆଜି ଉଦଯାପିତ ହୋଇଛି। ଭୁବନେଶ୍ବର(ଉତ୍ତର)ର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ସାଲିଆ ସାହି ବାଜପେୟୀ ନଗରର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ବିଜେଡି ଜନସଂପର୍କ ପଦଯାତ୍ରାର ଉଦ୍ୟାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଦାମ ମାରାଣ୍ଡି,ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ସଞ୍ଜୟ ଦାସବର୍ମା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
Comments ସମସ୍ତ ମତାମତ