Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଖେଳ ଖବର

ମୁଖ୍ୟ ଖବର

    ଜାତୀୟ କ୍ରୀଡ଼ା ପୁରସ୍କାର: ଇମେଲ ଜରିଆରେ ସୁପାରିଶ କରିପାରିବେ ଆଶାୟୀ

    Share on :
    ajab-Image
    Date: May 6, 2020    Views: 3469

    ନୂଆଦିଲ୍ଲୀ: କରୋନା ମହାମାରୀ ଜନିତ ଲକଡାଉନ ଜାରି ରହିଥିବାରୁ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଶାୟୀମାନେ ସେମାନଙ୍କ ସୁପାରିସ ଇମେଲ ଜରିଆରେ ପଠାଇପାରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛି । ଯାହାକି ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ଓ ଅର୍ଜ୍ଜୁନ ପୁରସ୍କାର ସମେତ ବିଭିନ୍ନ ପୁରସ୍କାର ପାଇଁ ମନୋନୟନ କ୍ଷେତ୍ରରେ ସହାୟକ ହେବ  । ବାସ୍ତବରେ ଏହି ପ୍ରକି୍ରୟା ଏପି୍ରଲ ମାସରେ ଆରମ୍ଭ ହେବା କଥା । ହେଲେ କୋଭିଡ-୧୯ ଜନିତ ମହାମାରୀ କଟକଣା ଯୋଗୁ ଚଳିତ ମାସକୁ ଘୁଞ୍ଚିଯାଇଛି । ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ରହିଥିବାରୁ ସୁପାରିସର ହାର୍ଡ କପି ପଡାଇବାର ଦସ୍ତଖତ ସମ୍ବଳିତ ପତ୍ରର ସ୍କାନ କପି ଧାର୍ଯ୍ୟ ସମୟ ପୂର୍ବରୁ ପଠାଇବାକୁ ପଡ଼ିବ । ସୁପାରିସ ପତ୍ର ପଠାଇବାର ଶେଷ ତାରିଖ ଜୁନ ୩ ରହିଛି । ଏହା ପରେ ଆସିଥିବା ସୁପାରିସ ପତ୍ରକୁ ବିଚାରକୁ ନିଆଯିବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରାଳୟ ସ୍ପଷ୍ଟ କରିଛି । କୌଣସି ବିଳମ୍ବ ପାଇଁ ମନ୍ତ୍ରାଳୟ ଦାୟୀ ରହିବ ନାହିଁ ବୋଲି ମଧ୍ୟ କହିଛି । ଚଳିତ ବର୍ଷର ଅର୍ଜ୍ଜୁନ ଓ ଖେଳରତ୍ନ ପାଇଁ ୨୦୧୬ ଜାନୁଆରିରୁ ୨୦୧୯ ଡିସେମ୍ବର ମଧ୍ୟରେ ପ୍ରଦର୍ଶନକୁ ବିଚାରକୁ ନିଆଯିବ । ଅନ୍ୟ ପକ୍ଷରେ ସବୁ ବର୍ଷ ଭଳି ଏଥର ମଧ୍ୟ କୌଣସି ଡୋପ କଳଙ୍କିତ ଆଥଲେଟଙ୍କ ନାମ ବିଚାରକୁ ନିଆଯିବ ନାହିଁ । ସେହିପରି ଯେଉଁ କ୍ରୀଡ଼ାବିତ ଦଣ୍ଡିତ ହୋଇଥିବେ, ଯାହାଙ୍କ ବିପକ୍ଷରେ ୱାଡା ତରଫରୁ ତଦନ୍ତ ବିଚାରାଧୀନ ଥିବ ସେମାନେ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇପାରିବେନି ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ଜଣାଇଦେଇଛି । ସୂଚନା ଯୋଗ୍ୟ ଖେଳରତ୍ନ ପାଇଁ ୭.୫ ଲକ୍ଷ, ଅର୍ଜ୍ଜୁନ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ । ଗତ ବର୍ଷ ପାରାଅଲିମ୍ପିଆନ ଦୀପା ମଲ୍ଲିକ ଓ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମିଳିତ ଭାବେ ଖେଳରତ୍ନ ପୁରସ୍କାର ହାତେଇଥିଲେ । ଓଡ଼ିଶାର ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଅର୍ଜ୍ଜୁନ ପୁରସ୍କାର ବିଜେତାଙ୍କ ମଧ୍ୟରେ ଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook