Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜୈସ ଆତଙ୍କୀ ନିପାତ : ସୁରକ୍ଷା ବଳଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

    Share on :
    ajab-Image
    Date: Nov 20, 2020    Views: 3326

    ନୂଆଦିଲ୍ଳୀ : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ବଳଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଗତକାଲି ଜମ୍ମୁର ନାଗରୋଟାରେ ହୋଇଥିବା ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ ହୋଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଏହି ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ  ସୁରକ୍ଷା ବଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସୁରକ୍ଷା ବଳଙ୍କ ଏହି ପ୍ରୟାସ ଦ୍ୱାରା ଜୈସ ଏ ମହମ୍ମଦର ଆତଙ୍କୀ ମାନେ ନିପାତ ହେବା ସହିତ ଦେଶ ମଧ୍ୟରେ ଅସନ୍ତୋଷ ପାଇଁ କରାଯାଇଥିବା ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷା ବଳ । 
    ଏହା ପୂର୍ବରୁ ମୋଦି ଏକ ସୁରକ୍ଷା ବୈଠକର ସମୀକ୍ଷା କରିଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗ ଦେଇଥିଲେ । ୨୬/୧୧ର ବର୍ଷପୂର୍ତ୍ତି ଆସୁଥିବାରୁ ଆତଙ୍କୀ ଆକ୍ରମଣର ସମ୍ଭାବନା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook