Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଉ ୫ ମାସ ମାଗଣା ରାସନ

    Share on :
    ajab-Image
    Date: Jun 30, 2020    Views: 2984

    ଭୁବନେଶ୍ୱର : କରୋନାର ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଲେଯେ, କରୋନା ବିରୋଧରେ ଲଢ଼ିଲଢ଼ି ଆମେ ଏବେ ଅନଲକ ୨.୦ରେ ପହଁଚିଗଲାଣି  । ତେବେ ଏହା ଭିତରେ ସର୍ଦ୍ଧି ମୌସୁମୀରେ ବି ଆମେ ପ୍ରବେଶ କରିସାରିଛୁ  । ତେଣୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି  । ଲକଡାଉନ ଦ୍ୱାରା ଆମେ ଅନେକ ଜୀବନ ବଂଚାଇ ପାରିଛୁ  । ତେବେ ଲୋକଙ୍କ ଅବହେଳା କାରଣରୁ ଏହା ଟିକେ ବୃଦ୍ଧି ପାଇଛି  । ୧୩୦ କୋଟି ଲୋକଙ୍କ ଜୀବନର କଥା, ତେଣୁ ଆମେ ଅସତର୍କ ହେବା ଉଚିତ ନୁହେଁ  । ଯେଉଁମାନେ କରୋନା ଗାଇଡ଼ଲାଇନ ମାନୁନାହାନ୍ତି ସେମାନଙ୍କୁ ଧରିବା ଦରକାର  । କରୋନା ଯୋଗୁଁ ଜୀବିକା ବି ପ୍ରଭାବିତ ହୋଇଛି  । ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରାଯାଇଛି  ।

    ସେହିପରି ଆଗକୁ ପାର୍ବଣ ଋତୁ ଆସୁଛି  । ଆଗକୁ ବହୁ ପର୍ବପର୍ବାଣୀ ରହିଛି  । ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦୀପାବଳି ପର୍ଯ୍ୟନ୍ତ ବୃଦ୍ଧି କରାଯିବ  । ଏବେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ପର୍ଯ୍ୟନ୍ତ ବି ୮୦ କୋଟି ଲୋକ ମାଗଣାରେ ୫ କିଲୋ ଚାଉଳ କିମ୍ବା ଗହମ ପାଇପାରିବେ  । ପ୍ରତି ମାସରେ ୧ କେଜି ଚଣା ବି ଦିଆଯିବ  । 

    ଟିକସ ଦାତାମାନେ ଠିକ ସମୟରେ ନିଜର ଟିକସ ଫେରୁଛନ୍ତି  । ଯେଉଁଥିପାଇଁ ଏଭଳି ସମୟରେ ଆମେ ମୁକାବିଲା କରିପାରୁଛେ  । ଦେଶର ଗରିବ ଏହି ସଂକଟର ମୁକାବିଲା କରିପାରୁଛନ୍ତି  । ଦେଶର ସବୁ କୃଷକ ଓ ଟିକସ ଦାତାଙ୍କୁ ଅଭିନନ୍ଦନ ଜଣାଉଛି  । ଆମେ ସମସ୍ତେ ଅର୍ଥନୀତିକ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା  । ଆତ୍ମନିର୍ଭର ଭାରତ ପାଇଁ ଦିନରାତି ଏକାଠି କରିବା । ଏହି ସଂକଳ୍ପ ନେଇ ଆମେ ୧୩୦ କୋଟି ଦେଶବାସୀଙ୍କ ସହ ମିଳିମିଶି କାମ କରିବା ଓ ଆଗକୁ ବଢ଼ିବା  ।

    Maximum 500 characters

    ତାଜା ଖବର View all

    Find Us on Facebook