Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଥକିନାହାନ୍ତି ନନ୍ଦସାର, ୭୪ ବର୍ଷ ଧରି ଗଛ ମୂଳେ ଚଳାଇଛନ୍ତି ଚାଟଶାଳୀ

    Share on :
    ajab-Image
    Date: Sep 5, 2020    Views: 2402

    ଯାଜପୁର : ବୟସ ହେଲାଣି ୯୮ ବର୍ଷ, ତଥାପି ବି ଥକି ପଡ଼ିନାହାନ୍ତି ନନ୍ଦ ସାର  । ପିଲାଙ୍କୁ ଶିକ୍ଷାଦାନ ଦେବାର ନିଶା ତାଙ୍କୁ ବୟସ ପାଖରେ ହାର ମନେଇଛି  । ଅଜ୍ଞାନ ରୂପକ ଅନ୍ଧକାରରୁ କୁନି କୁନି ପିଲାଙ୍କୁ ଶିକ୍ଷାର ଆଲୋକ ପଥକୁ ନେବାର ପ୍ରୟାସ ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା କରିଛି  । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭୪ ବର୍ଷ ହେଲା ସେ ନିରନ୍ତର ଭାବେ ପିଲାଙ୍କୁ ଶିକ୍ଷାଦାନ ଦେଇଆସୁଛନ୍ତି ନନ୍ଦ କିଶୋର ପୃଷ୍ଟି  । ଯେଉଁଠି ଦିନେ ଜେଜେ ଅକ୍ଷର ଚିହ୍ନିଥିଲେ, ସେଠାରେ ଏବେ ନାତି ବି ପଢ଼ିଲେଣି  । ହେଲେ ଥକି ପଡ଼ିନାହାନ୍ତି ନନ୍ଦସାର  ।

    ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଜନ୍ତିରା ଗ୍ରାମରେ ତାଙ୍କ ଘର । ଆଖ ପାଖରେ ଚାଟଶାଳୀ ମାଷ୍ଟ୍ରେ ଭାବେ ସେ ଜଣାଶୁଣା । ଆଜି ବି ଗାଁର କୁନି କୁନି ପିଲାଙ୍କୁ ସେ ପାଠ ପଢ଼ାଉଛନ୍ତି । ଏଥିପାଇଁ ସେ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ । ତିନି ପିଢ଼ି ଧରି ଶିକ୍ଷାଦାନ କରି ଆସୁଥିବା ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳିକୁ ନିକଟରେ ୭୪ ବର୍ଷ ପୂରିଛି । ଆଜି ବି ପୂର୍ବ ଭଳି ଗାଁ ଦାଣ୍ଡରେ କନ୍ତିରା ହନୁମାନ ମନ୍ଦିର ନିକଟରେ ଦୈନନ୍ଦିନ ସକାଳ ଓ ସନ୍ଧ୍ୟାରେ ଦୁଇ ବେଳା ପାଠ ପଢ଼ିବା ପାଇଁ ପିଲାଙ୍କ ଭିଡ଼ ଜମୁଛି । ଏଇ ନିକଟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଚାଟଶାଳୀ ପରିଦର୍ଶନ କରି ଆସିବା ସହ ଏହି ବର୍ଷୀୟାନ ଗୁରୁଙ୍କୁ ସମ୍ମାନିତ କରିଥିଲେ । ନନ୍ଦ ସାର ୧୯୩୯ ମସିହାରେ ନିକଟସ୍ଥ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଛନ୍ତି । ଦାରିଦ୍ର୍ୟ କାରଣରୁ ଆଉ ଅଧିକ ପଢ଼ି ନ ପାରି ଚାଷ କାମରେ ମନ ଦେଇଥିଲେ । ସେ ତ ପଢ଼ି ପାରିଲେ ନାହିଁ, କିନ୍ତୁ ତାଙ୍କ ଗାଁର ପିଲାଏ ପାଠ ପଢ଼ନ୍ତୁ ବୋଲି ଚିନ୍ତା କରି ୧୯୪୬ରେ ନିଜେ ଆରମ୍ଭ କଲେ ଏକ ଚାଟଶାଳୀ । ଆଉ ତାହା ଏବେ ବି ସକ୍ରିୟ ରହିଛି । ପ୍ରଥମେ ଏହା ତାଙ୍କ ଘର ପିଣ୍ଡାରେ ଚାଲୁଥିଲା । ପରେ ତାହା ଗାଁ ମଝିରେ ଥିବା ହନୁମାନ ମନ୍ଦିର ମଣ୍ଡପକୁ ଉଠି ଆସିଛି । ତାଙ୍କର ପ୍ରଥମ ବ୍ୟାଚ ଛାତ୍ରଙ୍କ ମଧ୍ୟରୁ ଅନେକ ଆରପାରିକୁ ଚାଲିଗଲେଣି । ଚାଟଶାଳି ମାଧ୍ୟମରେ ନନ୍ଦ ସାର ୩ ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛନ୍ତି  ।

    Maximum 500 characters

    କଳା View all

    Find Us on Facebook