Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅନଲାଇନ କ୍ଲାସରେ ଅଶ୍ଳୀଳ ଫଟୋ

    Share on :
    ajab-Image
    Date: Aug 1, 2020    Views: 3228

    କଟକ: କଟକ ଚାଉଳିଆଗଞ୍ଜ ପରେ ଅନଲାଇନ କ୍ଲାସରେ ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି । ପଞ୍ଚମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଭିଡିଓ କଲରେ ପାଠ ପଢ଼ାଉଥିବା ବେଳେ ଅଶ୍ଳୀଳ ଫଟୋ ସେୟାର କରିଛନ୍ତି ଶିକ୍ଷକ । ଏହି ଅଶ୍ଳୀଳ ଫଟୋ କ୍ଲାସର ସମସ୍ତ ଛାତ୍ରଛାତ୍ରୀ ଦେଖିବା ପରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ପ୍ୟାରୀମୋହନ ଏକାଡେମୀ ସ୍କୁଲରେ ଘଟିଛି । ଅଭିଭାବକମାନେ ଅନଲାଇନ କ୍ଲାସ ପାଇଁ ଖୋଲିଥିବା ହ୍ୱାଟସ ଆପ ଗ୍ରୁପରେ ଏକ ଅଶ୍ଳୀଳ ଫଟୋ ସେୟାର ପରେ ସ୍କୁଲ ଗ୍ରୁପ ପକ୍ଷରୁ ଡିଲିଟ କରି ଦିଆଯାଇଛି । ଦୁଇ ଦିନ ହେଲା ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ରା ବି ବନ୍ଦ ହୋଇଥିବା ସୂଚନା ମିଳିଛି । 
    ସୂଚନା ଅନୁଯାୟୀ, କରୋନା ପାଇଁ ଏବେ ଶିକ୍ଷାନୁଷ୍ଠାନରେ ଅନଲାଇନ କ୍ଲାସ ମାଧ୍ୟମରେ ପାଠ ପଢ଼ାଯାଉଥିବା ବେଳେ ପ୍ୟାରୀମୋହନ ଏକାଡେମୀରେ ହ୍ୱାଟସ ଅପ ଗ୍ରୁପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବି ସମାନ ଶୈଳୀରେ ପାଠ ପଢ଼ାଯାଉଛି । ଗଲା ୩୦ ତାରିଖରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବା ବେଳେ ଏକ ଅଶ୍ଳୀଳ ଫଟୋ ଜଣେ ଶିକ୍ଷକ ସେୟାର କରି ଦେଇଥିଲେ । ଏହି ଘଟଣା ଅଭିଭାବକ ମାନେ ଜାଣିବା ପରେ ପ୍ରତିକି୍ରୟା ହେବାରୁ ଫଟୋ ଡିଲିଟ କରିବା ସହିତ ଗ୍ରୁପ ବି ଡିଲିଟ କରି ଦିଆଯାଇଥିଲା । ଫଳରେ ଦୁଇ ଦିନ ହେଲା ପଞ୍ଚମ ଶ୍ରେଣୀର ଅନଲାଇନ କ୍ଲାସ ବନ୍ଦ ରହିଛି । ସ୍କୁଲ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ସେକ ରହେମତ ଏବଂ ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଅରୁଣ ସେଠୀ ଏଭଳି ଅଶ୍ଳୀଳ ଫଟୋ ସେୟାର ଘଟଣା ସମ୍ପର୍କରେ ଉଭୟ ଜିଲ୍ଲାପାଳ ଏବଂ ଦରଘାବଜାର ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀ ସେଠୀଙ୍କ ଅଭିଯୋଗ ଅନୁଯାୟୀ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ୁଥିବାରୁ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଅନ୍ୟପଟେ ଦରଘାବଜାର ଥାନା ଆଇଆଇସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଅନଲାଇନ କ୍ଲାସ ବେଳେ ଅଶ୍ଳୀଳ ଫଟୋ ସେୟାର ଘଟଣା ସଂକ୍ରାନ୍ତରେ ଖବର ମିଳିଛି । ରିପୋର୍ଟ ଅନୁସାରେ ଅନୁସନ୍ଧାନ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

     

    Maximum 500 characters

    ତାଜା ଖବର View all

    Find Us on Facebook