Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଶ୍ଚର୍ଯ୍ୟ : ୫୦୦ ବର୍ଷରୁ ଊଦ୍ଧ୍ୱର୍ ମୃତଶରୀରରୁ ବାହାରୁଛି ରକ୍ତ, ବଢ଼ୁଛି ନଖ ଓ କେଶ

    Share on :
    ajab-Image
    Date: Sep 16, 2020    Views: 2611

    ମୃତଶରୀରକୁ ସଂରକ୍ଷିତ ରଖିବାର ପ୍ରଥା ମିଶର ତଥା ଅନ୍ୟ ଦେଶରେ ରହିଆସିଛି  । ଏଥିପାଇଁ ମିଶରବାସୀ ବିଭିନ୍ନ ରାସାୟନିକ ପଦାର୍ଥ ନହେଲେ ଥଣ୍ଡା ବାତାବରଣରେ ମୃତଶରୀରକୁ ରଖିଥାନ୍ତି  । କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନହୋଇ ମଧ୍ୟ ମୃତଦେହକୁ ପ୍ରାକୃତିକ ଭାବେ ସଂରକ୍ଷିତ କରି ରଖାଯାଇଛି ।  ସବୁଠୁ ବଡ଼ କଥା ହେଲା ଯେ, ୫୦୦ରୁ ଊଦ୍ଧ୍ୱର୍ ହୋଇଯାଇଥିଲେ ବି ଉକ୍ତ ମୃତଦେହରେ ଆଘାତ ଲାଗିଲେ ରକ୍ତ ବାହାରୁଛି  । ଜୀବନ୍ତ ଲୋକଙ୍କ ପରି ଉକ୍ତ ମୃତଦେହର ନଖ ଓ କେଶ ମଧ୍ୟ ବଢ଼ୁଛି  । ଏହାର ଉପରେ ବହୁତ ରିସର୍ଚ୍ଚ କରାଯାଇସାରିଲାଣି,  ହେଲେ ଏହାର କାରଣ ସମ୍ପର୍କରେ କିଛି ବି ନିର୍ଯ୍ୟାସ ବାହାରି ପାରିନାହିଁ  । ଏହାକୁ ଏକପ୍ରକାର ଚମକ୍ରାର ବୋଲି କୁହାଯାଉଛି  । ତେବେ ଜାଣନ୍ତୁ  କେଉଁ ଠାରେ ରହିଛି ଏପରି ମୃତଦେହ  ।
    ଭାରତର ସ୍ପିଟି ଘାଟିର ଏକ ଛୋଟ ଗାଁ ଗୁ୍ୟରେ ରହିଛି ଏପରି  ମୃତଦେହ  । ଏହି ସ୍ଥାନ ଭିକ୍ଷୁ ମମି ନାମରେ ପ୍ରସିଦ୍ଧ  । କୁହାଯାଏ ଭିକ୍ଷୁ ଗାଁକୁ ବିଛାଙ୍କ ଆତଙ୍କରୁ ବଞ୍ଚାଇବା ପାଇଁ ବହୁତ ବଡ଼ ତ୍ୟାଗ କରିଥିଲେ  । ଗାଁ ଲୋକ କୁହନ୍ତି ଭିକ୍ଷୁ ଧ୍ୟାନରେ ବସି ନିଜ ଶରୀର ତ୍ୟାଗ କରିବା ଦିନ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଥିଲା  । ସେହି ଦିନ ଠାରୁ ଗାଁରେ ଆଉ ବିଛାମାନଙ୍କ ଆତଙ୍କ ଦେଖାଯାଉନାହିଁ  । ସେବେ ଠାରୁ ଭିକ୍ଷୁଙ୍କୁ ସେଠାକାର ବାସିନ୍ଦା ଭଗବାନ ମାନି ଆସିଛନ୍ତି  । ତାଙ୍କ କହିବା କଥା ଗାଁର ଭଲ ପାଇଁ ଭିକ୍ଷୁ ଆଜି ବି ସମାଧିରେ ବସିଛନ୍ତି  । କୁହାଯାଉଛି ଏହି ମମି ବଞ୍ଚôଛନ୍ତି ଓ ସାଧନା କରୁଛନ୍ତି  । ୫୬୫ ବର୍ଷ ହେଲା ସେ ତପସ୍ୟା କରୁଛନ୍ତି  । ୨୦୦୨ରେ ଆମେରିକା ଓ ଇଂଲଣ୍ଡର କିଛି ବୈଜ୍ଞାନିକ ଆସି ଏହା ଉପରେ ରିସର୍ଚ କରିବା ସହିତ ରିପୋର୍ଟ ଦେଇଥିଲେ  । ଯେଉଁଥିରେ ଭିକ୍ଷୁଙ୍କ ମୃତଶରୀର ଜୀବିତ ଥିବାର ପ୍ରମାଣ ରହିଛି  ।
    ରିପୋର୍ଟ ଅନୁସାରେ ଏହା ପ୍ରଥମ ଏପରି ମମି ଯାହା ଉପରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇନାହିଁ  । ମମି ଶରୀରରେ ଆଜି ବି  କେଶ ଓ ନଖ ରହିଛି  । ଜୀବନ୍ତ ମଣିଷଙ୍କ ପରି ଏହାର ମାଢ଼ି ବି ଜୀବନ୍ତ ଅଛି  । ଏକ୍ସରେ ରିପୋର୍ଟରେ କୁହାଯାଇଛି ଶରୀରର ଗଣ୍ଠି ଗୁଡିକ ଏବେ ବି ଯୋଡ଼ି ହୋଇ ରହିଛି  । ମୁହଁର ପଲକ ଆଜି ବି ରହିଛି  । ଆଜି ବି ନଖ ଓ କେଶ ବଢ଼ୁଛି  । ଏହାଛଡ଼ା ଆଘାତ ଲାଗିଲେ ମମିରୁ ରକ୍ତ ବାହାରୁ ଥିବା ଦେଖାଯାଇଛି  । ୧୯୭୫ ମସିହା ଭୂମିକମ୍ପରେ ଗୁ୍ୟ ଗାଁର ସତ୍ତା ହଜିଯାଇଥିଲା  । ସେହି ସମୟରେ ଆଇଟିବିପି ବଙ୍କର ସ୍ଥାପନ ପାଇଁ ଅଭିଯାନ ଆରମ୍ଭ କରିଥିଲେ  । ଖୋଳାଖୋଳିରେ ସାମିଲ ହୋଇଥିବା ଆଇଟିବିପି ଯାବନ ମାଟିରେ ଦବି ଯାଇଥିବା ଏହି ମମିକୁ ଦେଖିବାକୁ ପାଇଥିଲେ  । ସେହି ସମୟରେ ମମିକୁ କୋଦାଳରେ ଆଘାତ ଲାଗିଥିଲା  । ଫଳରେ ତା ଦେହରୁ ରକ୍ତ ବାହାରିଥିବା ଦେଖାଯାଇଥିଲେ  । ସେହି ଦିନରୁ ମମିକୁ ଗାଁର ଏକ ମନ୍ଦିରରେ ରଖା ଯାଇଛି  ।

     

    Maximum 500 characters

    ବିଶେଷ View all

    Find Us on Facebook