Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ସବୁଠୁ ଗୁଣକାରୀ ସୋରିଷ ତେଲ

    Share on :
    ajab-Image
    Date: Dec 22, 2019    Views: 2924

    ଆୟୁର୍ବେଦରେ ସୋରିଷ ତେଲର ମହତ୍ତ୍ୱ ଉଲ୍ଲେଖ ଥିବା ବେଳେ ଭାରତରେ ମଧ୍ୟ କାହିଁ କେତେ ବର୍ଷ ତଳୁ ସୋରିଷ ତେଲର ବ୍ୟବହାର ହୋଇଆସୁଛି । ଏବର ପିଢ଼ି ଅଲିଭ ତେଲ, ସେୟାବିନ ତେଲ ମୋହରେ ବାନ୍ଧି ହୋଇଥିବା ବେଳେ ସୋରିଷ ତେଲ କିନ୍ତୁ ସବୁଠୁ ଗୁଣକାରୀ ବୋଲି ପରୀକ୍ଷାରୁ ପ୍ରମାଣିତ ହୋଇଛି ।
    ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ୟାଟି ଏସିଡ ଭରପୁର ସୋରିଷ ତେଲ ରନ୍ଧା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ ।
    ଗାଁ ଗହଳିରେ ଲୋକ ସୋରିଷ ତେଲ ରନ୍ଧା ଖାଦ୍ୟ ଖାଇ ଏକ ସୁସ୍ଥ ଜୀବନ ଅତିବାହିତ କରୁଥିବା ବେଳେ ସହରୀ ଲୋକ ବିଭିନ୍ନ ବ୍ରାଣ୍ଡର ତେଲ ରନ୍ଧା ଖାଦ୍ୟ ଖାଇ ରୋଗାକ୍ରାନ୍ତ ହେଉଛନ୍ତି ।
    ଆମେରିକାନ୍‍ ଜର୍ଣ୍ଣାଲ ଅପ୍‍ କ୍ଲିନିକାଲ୍‍ ନୁ୍ୟଟି୍ରସନ୍‍ର ତଥ୍ୟ ଅନୁସାରେ, ସୋରିଷ ତେଲ ହୃଦରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ । ଏଥିରେ ଥିବା ଆଲଫା ଲିନୋଲେନିକ ଏସିଡ ତତ୍ତ୍ୱ ହୃଦରୋଗ ହେବାର ଆଶଙ୍କା କମ୍‍ କରୁଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି ।
    ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଏହି ତେଲ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ।
    ଭିଟାମିନ୍‍ ଇ ମହଜୁଦ୍‍ ଥିବା ସୋରିଷ ତେଲ ତ୍ୱଚା ଓ କେଶ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook