Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଛତୁର ୪ଟି ଉପକାରୀ ଗୁଣ ବିଷୟରେ ଜାଣନ୍ତୁ

    Share on :
    ajab-Image
    Date: Mar 4, 2021    Views: 2270

    ଛତୁ ସମସ୍ତଙ୍କ ପାଇଁ ଖୁବ୍‌ ପ୍ରିୟ ।  ଅଧିକାଂଶ ଶାକାହାରୀଙ୍କ ପାଇଁ ଏହା ଏକ ପସନ୍ଦର ପରିବା ଅଟେ । ଖାଦ୍ୟକୁ ଏହା ସ୍ୱାଦିଷ୍ଟ କରିବା ବ୍ୟତୀତ ଏହା ଶରୀର ପାଇଁ ମଧ୍ୟ ବହୁତ ଫଳପ୍ରଦ ।  ଛତୁରେ କ୍ୟାଲୋରୀ କମ୍‌ ହେବା ସହ ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୂର । ଏହାକୁ ତରକାରୀ, ସାଲାଡ଼, ସୁପ୍‌ ଓ ପନିପରିବା ଏପରିକି  ସ୍ନାକ୍‌ସ ପରି ମଧ୍ୟ ଖିଆ ଯାଇପାରେ ।   

    ଭିଟାମିଟ୍‌-ଡି ର ଏକ ମୁଖ୍ୟ ଉତ୍ସ –
    ଶରୀର ପାଇଁ ଭିଟାମିନ୍‌-ଡି  ବହୁତ ଜରୁରୀ ହୋଇଥାଏ। ଏହାର ଅଭାବରେ  ଅନେକ ପ୍ରକାରର ରୋଗ ହେବାରେ ଲାଗିଥାଏ । ଭିଟାମିନ୍‌-ଡି ବହୁତ କମ୍‌ ପନିପରିବାରେ ମିଳିଥାଏ ଏବଂ  ଛତୁ ଏଥି ମଧ୍ୟରୁ ଗୋଟିଏ । ପ୍ରତିଦିନ ଛତୁ ଖାଇବା ଦ୍ୱାରା  ଶରୀରରେ ଏକ ଦିନର ଭିଟାମିନ୍‌-ଡି ଆବଶ୍ୟକୀୟ ମାତ୍ରାରେ ପୁରି ଥାଏ । ଧଳା ଓ ପ୍ରୋଟେବଲ ଛତୁରେ ଭିଟାମିନ୍‌-ଡି ଭରପୂର ମାତ୍ରାରେ ଥାଏ ।  

    ସେଲେନିୟମରେ ଭରପୂର-
     ସେଲେନିୟମ ଶରୀରରେ ଆଣ୍ଟିଅକ୍ସିଡେଣ୍ଟ ପରି କାମ କରିଥାଏ । ଏହି ଶରୀରକୁ ମୁକ୍ତ ରେଡିକଲରେ ହେଉଥିବା କ୍ଷତିରୁ ରକ୍ଷା ପାଇବା ସହ ଇମ୍ୟୁନି ସିଷ୍ଟମକୁ ଦୃଢ଼ କରିଥାଏ । ଛତୁରେ ସେଲେନିୟମ ଭରପୂର ମାତ୍ରାରେ ମିଳେ ।  ଏହା ଶରୀରର ଆଭ୍ୟନ୍ତରକୁ ସୁସ୍ଥ ରଖିଥାଏ ।   

    ଓଜନ ହ୍ରାସରେ ଫଳପ୍ରଦ-
    ଛତୁରେ କ୍ୟାଲୋରୀ ବହୁତ କମ୍‌ ଥାଏ । ୫ଟି ଧଳା ଛତୁ ବା ଗୋଟିଏ ପୁରା ପୋର୍ଟେବଲ ଛତୁରେ କେବଳ ୨୦ କ୍ୟାଲୋରୀ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ପୁରି ଯାଏ ଏବଂ ଶୀଘ୍ର  ଭୋକ ଲାଗିନଥାଏ , ଯେଉଁଥିରେ ଆପଣ ଜଙ୍କ୍‌ ଫୁଡ୍‌ ଓ ଓଭରଇଟିଙ୍ଗ୍‌ରୁ ରକ୍ଷା ପାଇ ପାରିବେ ।

    ଅନେକ ପ୍ରକାରରେ ଖାଇ ପାରିବେ –
    ନ୍ୟୁଟ୍ରିଶନିଷ୍ଟଙ୍କର କହିବା ହେଲା ଆପଣ ନିଜର ଡାଇଟ୍‌ରେ ଅନେକ ପ୍ରକାରର ଜିନିଷ ସାମିଲ କରିବା ଉଚିତ୍‌ । ଛତୁ ସହଜରେ ମିଳୁଥିବା ପରିବା ଭଳି ଅନେକ ପ୍ରକାରରେ ତିଆରି କରି ଏହାର ପୋଷକ ତତ୍ତ୍ୱ ପାଇ ପାରିବେ । ଏହା ବହୁତ ସହଜରେ  ତିଆରି ହୋଇଥାଏ । ଆପଣ ଏହାକୁ ସାଲାଡ , ପରିବା ବା ସୁପ୍‌ ପରି ନିଜର ଦୈନିକ ଖାଦ୍ୟରେ ସାମିଲ କରିପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook