Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏଥିପାଇଁ ଗୋଟିଏ ପରିବାରର ୬ ଜଣଙ୍କୁ କରାଯାଇଥିଲା ହତ୍ୟା, ୭ କୋର୍ଟଚାଲାଣ

    Share on :
    ajab-Image
    Date: Nov 19, 2020    Views: 4136

    ବଲାଙ୍ଗୀର: ବୁଲୁ ଜାନୀଙ୍କ ସହ ତିନିଟି ପରିବାରର ଥିଲା ପୂର୍ବ ଶତ୍ରୁତା । ବର୍ଷେ କି ଦୁଇ ବର୍ଷ ନୁହେଁ ବହୁ ବର୍ଷର ଶତ୍ରୁତା । ବାବୁଲାଲ ଜାନୀ ପରିବାର, ନବରଙ୍ଗପୁରରେ ରହୁଥିବା ଗୋଣ୍ଡ ଓରଫ ମାଝୀ ପରିବାର, ବର୍ତ୍ତମାନ ନିଲଜତିରେ ରହୁଥିବା ଗଙ୍ଗୁୱା ପରିବାର ସହ ପ୍ରାୟ ୧୦ ବର୍ଷ ହେଲା ବୁଲୁଙ୍କ ପରିବାରର ଗଣ୍ଡଗୋଳ ଲାଗି ରହିଥିଲା । ଏମାନଙ୍କ ପୂର୍ବରୁ ବି ବାପା, ଅଜା ଅମଳରୁ ପାରିବାରିକ ଶତ୍ରୁତା ଅନେକ ଦଶନ୍ଧି ହେଲା ଚାଲିଥିଲା । ଶେଷରେ ଏହି ଶତ୍ରୁତାରୁ ହିଁ ବୁଲୁଙ୍କ ସମେତ ପରିବାର ମୋଟ ୬ ଜଣଙ୍କୁ ନୃଶଂସ ଭାବେ ଟାଙ୍ଗିଆ, ଗଇଁତି ଓ ଖଣ୍ଡାରେ ହାଣି ହତ୍ୟା କଲେ ତିନି ପରିବାରର ସଦସ୍ୟ । ଲୋମଟାଙ୍କୁରା ପାଟଣାଗଡ଼ ଗଣହତ୍ୟାର ପର୍ଦ୍ଧାଫାସ କରିବାକୁ ଯାଇ ଏମିତି ସୂଚନା ଦେଇଛନ୍ତି ବଲାଙ୍ଗରା ଏସପି ମଡକର ସନ୍ଦୀପ ସମ୍ପତ । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ମାଝୀ ଓ ପାଟଣାଗଡ଼ ସଅଁରାପଡା ବାବୁଲଲା ଜାନୀ (୫୫) ହୋଇଥିବା ବେଳେ ପୁଲିସ ବାବୁଲାଲ ସମେତ ତାର ଦୁଇ ପୁଅ ଭୋଲା (୨୦) ଶିବା (୧୯), ନବରଙ୍ଗପୁର ଝରିଗାଁ ଥାନା ଅନ୍ତର୍ଗତ ଦେଉଳକୋନା ଗାଁର ଛାୟା ଗୋଣ୍ଡ ଓରଫ ମାଝୀ ( ୨୬), ବଳଦେବ ଗୋଣ୍ଡ (୨୭) ମନୀଷ ଗୋଣ୍ଡ (୨୪), ବିକଳ କଇରି (୨୦) ପ୍ରମୁଖ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ମାଝୀ ଓ ତାର ପୁଅ ଦେବରାଜ ଏବେ ବି ଫେରାର ଅଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook