Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରପଞ୍ଚ ଙ୍କୁ ହତ୍ୟା ଉଦ୍ୟମ

    Share on :
    ajab-Image
    Date: Nov 20, 2020    Views: 4142

    ଗୋଳନ୍ଥରା: ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅଧୀନ ହଳଦିଆପଦର ଅଟୋନଗରଠାରେ କନିଷି ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ଦଳେଇ ଓରଫ ଟୁଟୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ ହୋଇଛି । ଦିନ ଦିପହରେ ବିଚ ରାସ୍ତାରେ ଚାରିପଟୁ ଘେରିଯାଇ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ତାଙ୍କୁ ଖଣ୍ଡାରେ ହାଣିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ହେଲେ ତୁରନ୍ତ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଟୁଟୁଙ୍କ ଛାଡ଼ି ବାଇକାରେ ଫେରାର ହୋଇ ଯାଇଥିଲେ । ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।  ଟୁଟୁ ଅଟୋନଗର ଭିତରେ ଥିବା ଏକ ଦୋକାନରୁ ଲୁହା ସାମଗ୍ରୀ କିଣି ନିଜ କାର ନିକଟକୁ ଆସୁଥିଲେ । ଏ ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୫ ରୁ ୬ ଜଣ ଯୁବକ ତାଙ୍କୁ ଚାରିପଟୁ ଘେରି ଯାଇଥିଲେ । ପ୍ରଥମେ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ଫୋପାଡ଼ି ଥିଲେ । ତା ପରେ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ଟୁଟୁଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଓ ବ୍ୟବସାୟୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଏହା ଦେଖି ଦୁର୍ବୃତ୍ତମାନେ ତୁରନ୍ତ ବାଇକ ଯୋଗେ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook