Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପି ନେତ୍ରୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

    Share on :
    ajab-Image
    Date: Feb 10, 2020    Views: 5062

    ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଜଣେ ବିଜେପି ନେତ୍ରୀ ମୁନେଶ ଗୋଦ୍ରା (୩୫)ଙ୍କୁ ତାଙ୍କ ସ୍ୱାମୀ ସୁନୀଲ ଗୋଦ୍ରା ଗୁଳି କରି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଚରିତ୍ର ଉପରେ ସନେ୍ଦହ କରି ବିଜେପି ନେତ୍ରୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ସ୍ୱାମୀ ଫେରାର ହୋଇଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବାକୁ ପଠାଇଛି । ଘଟଣାଟି ଘଟିଥିଲା ଶନିବାର । ମୃତା ମୁନେଶ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସମ୍ପାଦିକା ଥିଲେ । ରାଜନୀତିରେ ବେଶ ସକି୍ରୟ ଥିବା ମୁନେଶଙ୍କୁ ଅନେକ ସମୟରେ ଘରୁ ବାହାରକୁ ଯିବାକୁ ପଡ଼ୁଥିଲା । ବାହାରେ ସେ ଅନେକ ଦଳୀୟ ନେତାଙ୍କ ସହ ମିଶୁଥିବାରୁ ସ୍ୱାମୀ ସୁନୀଲଙ୍କୁ ଏହା ପସନ୍ଦ ନଥିଲା । ଶନିବାର ରାତି ୯ ଟା ୩୦ ରେ ସୁନୀଲ ଘରକୁ ଫେରିବା ସମୟରେ ମୁନେଶ ତାଙ୍କ ଭଉଣୀଙ୍କ ସହ ଭିଡିଓ କଲ କରି କଥା ହେଉଥିଲେ । କାହା ସହ କଥା ହେଉଛ ବୋଲି ପଚାରି ଝଗଡ଼ା କରିବା ଆରମ୍ଭ କରିଥିଲେ ସୁନୀଲ । ଉଭୟଙ୍କ ମଧ୍ୟରେ ବଚସା ଧୀରେ ଧୀରେ ବଢ଼ିବା ପରେ ସୁନୀଲ ନିଜର ବନ୍ଧୁକ ଆଣି ପତ୍ନୀଙ୍କ ଉପରକୁ ଗୁଳି କରିଥିଲେ । ଘଟଣା ସ୍ଥଳରେ ମୁନେଶଙ୍କର ମୃତୁ୍ୟ ହୋଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook