ମୁଖ୍ୟ ଖବର
ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ହେବ ପୌର ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତିଯେ, ପୌର ନିର୍ବାଚନରେ ସଂରକ୍ଷଣ ୫୦% ମଧ୍ୟରେ ସୀମିତ ରଖିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ତଦନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଖୁବଶୀଘ୍ର ପୌର ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟଯେ, ୨୦୧୮ରେ ପୌର ନିର୍ବାଚନ ହେବା କଥା । କିନ୍ତୁ ସରକାର ସଂରକ୍ଷଣକୁ ୫୦%ରୁ ଉଦ୍ଧ୍ୱର୍କୁ ବୃଦ୍ଧି କରିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ମାମଲା ହାଇକୋର୍ଟରେ ପହଁଚିଥିଲା । ତେବେ ସଂରକ୍ଷଣ ୫୦% ଭିତରେ ସୀମିତ ରଖିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ସରକାର ପଦକ୍ଷେପ ନନେବାରୁ ଗତ ତିନି ବର୍ଷ ଧରି ନିର୍ବାଚନ ହୋଇପାରୁନାହିଁ । ଗତବର୍ଷ ନିର୍ବାଚନ ହେବାନେଇ କୁହାଯାଉଥିଲେବି କରୋନା ସବୁ ବିଗାଡ଼ି ଦେଇଥିଲା । ତେବେ ଚଳିତ ବର୍ଷ ନିର୍ବାଚନ କରିବା ନେଇ ମନ୍ତ୍ରୀ ଘୋଷଣା କରିବା ପରେ ଏବେ ସହର ରାଜନୀତି ଚଳଚଂଚଳ ହୋଇପଡ଼ିଛି ।
Comments ସମସ୍ତ ମତାମତ