ମୁଖ୍ୟ ଖବର
ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ମୁମ୍ବାଇ ସିଟି ଏଫସି ସୋମବାର ଅଷ୍ଟମ ବିଜୟ ପାଇଛି । ଫତୋର୍ଦା ଷ୍ଟାଡିୟମରେ ଖେଳାଳଯାଇଥିବା ୫୫ତମ ମ୍ୟାଚରେ ଏହି ଦଳ ୧-୦ ଗୋଲ ଏଟିକେ ମୋହନବାଗାନ ଏଫସିକୁ ପରାସ୍ତ କରିଛି । ବିଜୟୀ ଦଳ ପକ୍ଷରୁ ଏକମାତ୍ର ଗୋଲଟି ବାର୍ଥୋଲୋମିଉ ଓବିଚେ (୬୯ ମିନିଟ) ଦେଇଥିଲେ । ମୁମ୍ବାଇ ସିଟି ୧୦ ମ୍ୟାଚରୁ ୮ ବିଜୟ ଓ ଗୋଟିଏ ଅମୀମାସିଂତ ରୁ ୨୫ ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି । ଅନ୍ୟ ପକ୍ଷରେ ମୋହନବାଗାନ (୨୦ ପଏଣ୍ଟ) ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି ।
Comments ସମସ୍ତ ମତାମତ