Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ମୁକେଶଙ୍କ କବଜାରେ ବିଗ ବଜାର

    Share on :
    ajab-Image
    Date: Aug 30, 2020    Views: 2874

    ମୁମ୍ବାଇ:  ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଆଉ ଏକ ବଡ଼ ସଂସ୍ଥା କିଣିଛନ୍ତି । ବିଗ ବଜାର ଭଳି ଷ୍ଟୋର ଥିବା ଫୁ୍ୟଚର ଗ୍ରୁପର ରିଟେଲ, ହୋଲସେଲ, ଲଜିଷ୍ଟିକ୍ସ ଓ ଓୟାରହାଉସ କାରବାରକୁ ସେ ୨୪.୭୧୩ କୋଟି ଟଙ୍କାରେ କିଣିଥିବା ବିଷୟରେ ତାଙ୍କ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏକଦା ଭାରତୀୟ ଖୁଚୁରା ଶିଳ୍ପର ସମ୍ରାଟ କୁହାଯାଉଥିବା କିଶେଶର ବିୟାନି ଏହି ବ୍ୟବସାୟ ସାମ୍ରାଜ୍ୟକୁ ପ୍ରତିଷ୍ଠା କରିଥିଲେ । ତାହାକୁ ମୁକେଶ ନିଜ କବଜାକୁ ଆଣିବାରେ ସଫଳ ହୋଇଛନ୍ତି । କିଶୋର ଗଠନ କରିଥିବା ବିଗ ବଜାର, ବ୍ରାଣ୍ଡ ଫ୍ୟାକ୍ଟି୍ର, ଫୁଡ ହଲ ଆଗକୁ ମୁକେଶଙ୍କ ଦ୍ୱାରା ପରିଚାଳିତ ହେବ  । କିଛି ମାସ ହେଲାଣି ଏହି ଉଭୟ ସଂସ୍ଥା ଏ ନେଇ କଥାବାର୍ତ୍ତା ଜାରି ରଖିଥିଲେ । ଫୁ୍ୟଚର ଗ୍ରୁପର ଏହି ସବୁ କମ୍ପାନୀକୁ କିଣିବା ପରେ ଖୁଚୁରା ଷ୍ଟୋର ବଜାରରେ ମୁକେଶ ଏକଛତ୍ରବାଦୀ ସମ୍ରାଟ ଭାବେ ଉଭା ହୋଇଚନ୍ତି । ଏହି କ୍ଷେତ୍ରରେ ତାଙ୍କୁ ସାମ୍ନା କରିବା ଭଳି ଦେଶରେ ଆଉ ବଡ଼ ଧରଣର କମ୍ପାନୀ ନାହିଁ ଯାହାର ଷ୍ଟୋର ଦେଶର କୋଣ ଅନୁକୋଣରେ ରହିଛି । ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଜରିଆରେ ମୁକେଶ ଫୁ୍ୟଚର ଗ୍ରୁପର ରିଟେଲ ସମେତ ଅନେକ ପ୍ରମୁଖ କାରବାରକୁ କିଣିଛନ୍ତି । ନିଜ ମୁଣ୍ଡରେ ଥିବା ଋଣ ବୋଝ ହାଲୁକା କରିବା ଲାଗି କିଶୋର ନିଜର ଏହି ବହୁ ମୂଲ୍ୟ ସଂସ୍ଥା ବିକି୍ର କରିବାକୁ ବାଧ୍ୟ ହୋଇଛନ୍ତି । ଫୁ୍ୟଚର ଗ୍ରୁପର ବୋର୍ଡ ବୈଠକ ହେବାର ଥିଲା । ଏହା ପରେ ଏହି ବହୁ ପ୍ରତୀକ୍ଷିତ ବୁଝାମଣା ହୋଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook