Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କୁଳାଙ୍ଗାର ୨ ପୁଅ ବାପାଙ୍କୁ ମାରିଦେଲେ

    Share on :
    ajab-Image
    Date: Jun 21, 2020    Views: 2268

    ପୋଲସରା: ବାପାଙ୍କୁ ପିଟି ପିଟି ମାରିଦେଲେ ୨ ଭେଣ୍ଡା ପୁଅ । ଘରୁ ଘୋଷାରି ଆଣି ଗାଁ ଦାଣ୍ଡରେ ନିସ୍ତୁକ ପିଟି ଲହୁ ଲୁହାଣ କରିଦେଲେ । ଅଚେତ ହୋଇ ଗାଁ ମଝି ରାସ୍ତାରେ ଫୋପାଡ଼ି ଦୁଇ ଭାଇ ଚମ୍ପଟ ମାରିଥିଲେ । ପରେ ବାପାଙ୍କର ମୃତୁ୍ୟ ହୋଇଥିଲା । ସ୍ୱାମୀକୁ ରକ୍ଷା କରିବାକୁ ପତ୍ନୀ (ଅଭିଯୁକ୍ତଙ୍କ ମା’) ଅପସରା ଆସିବା ପରେ ତାଙ୍କ ମଧ୍ୟ ମାଡ଼ ମାରିଥିଲେ । ମାଆ ମଧ୍ୟ ସେମାନଙ୍କ ମାଡ଼ରେ ଗୁରୁତର ଆହତ ହୋଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ମୃତକ ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ବଡ଼ ସାହିର ଅଭିମନୁ୍ୟ ପ୍ରଧାନ (୬୫) । ଘଟଣାରେ ପୁଲିସ  ଦୁଇ ପୁଅ ସୁଶାନ୍ତ ପ୍ରଧାନ (୩୨) ଓ ମଙ୍ଗୁଳୁ ପ୍ରଧରନ (୨୮)ଙ୍କୁ ଗିରଫ କରିଛି । ଶୁକ୍ରବାର ରାତି ୯ଟାର ଘଟଣା । ଏହି ଲୋକହର୍ଷଣକାରୀ ଘଟଣା ସାହି ବାସିନ୍ଦା ଦେଖୁଥିଲେ । ରକ୍ତମୁଖା ପୁଅମାନଙ୍କ କବଳରୁ ବାପାକୁ ଉଦ୍ଧାର କରିବାକୁ କେହି ସାହସ କରିନଥିଲେ ।  ଥାନାକୁ ମଧ୍ୟ ଫୋନ କରି ଜଣାଇ ନଥିଲେ । ଫଳରେ ବାପା ଅଭିମନୁ୍ୟ ପ୍ରଧାନ ଗାଁ ଦାଣ୍ଡରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଦୀର୍ଘ ସମୟ ଛଟପଟ ହେବା ପରେ କୌଣସି ମତେ ଘରେ ପହଞ୍ଚି ପ୍ରାଣତ୍ୟାଗ କରିଥିଲେ । ସାଇଣ୍ଟିଫିକ ଟିମ ସହ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପଞ୍ଚାୟତ ଅଫିସ ନିକଟରୁ ବଡ଼ ପୁଅ ସୁଶାନ୍ତଙ୍କୁ ଓ ବାଡ଼ି ପଟେ ଲୁଚି ଥିବା ସାନ ପୁଅ ମଙ୍ଗୁଳୁକୁ ଗିରଫ କରାଯାଇଛି । ମଙ୍ଗୁଳ ସୁରଟରୁ ଫେରି ସଙ୍ଗରୋଧରେ ଥିଲେ । ପାରିବାରିକ କଳହରୁ ଏହା ଘଟିଥିବା ପୁଲିସ କହିଛି । ପୁଲିସ ସୂଚନା ଅନୁସାରେ ପ୍ରାୟ ୨ ବର୍ଷ ପୂର୍ବେ ଅଭିଯୁକ୍ତ ଭିନ୍ନକ୍ଷମ ମଝିଆ ଭାଇ ଟୁନା ପ୍ରଧାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଜେଲ ଯିବା ପରେ କିଛି ଦିନ ତଳେ ଜାମିନରେ ଆସିଥିଲା ।

    Maximum 500 characters

    ଆଂଚଳିକ View all

    Find Us on Facebook