Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବଦଳିଲା ଏମଏସଏମଇର ସଂଜ୍ଞା, ବିସ୍ତୃତ ଭାବେ ଜାଣନ୍ତୁ

    Share on :
    ajab-Image
    Date: May 13, 2020    Views: 4050

    ନୂଆଦିଲ୍ଲୀ: ଏମଏସଏମଇର ସଂଜ୍ଞା ବଦଳି ଯାଇଛି  । ପୂର୍ବରୁ ନିର୍ମାଣ କ୍ଷେତ୍ରରେ ୨୫ ଲକ୍ଷରୁ କମ ଉଦ୍ୟୋଗକୁ ଅଣୁ ଉଦ୍ୟୋଗ କୁହାଯାଉଥିବାବେଳେ ୫ କୋଟିରୁ କମ ନିବେଶ ହୋଇଥିବା ଉଦ୍ୟୋଗକୁ କ୍ଷୁଦ୍ର ଉଦ୍ୟୋଗ କୁହାଯାଉଥିଲା । ସେହିପରି ୧୦ କୋଟିରୁ କମ ନିବେଶ ହୋଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟମ ଉଦ୍ୟୋଗ ଭାବେ ପରିଗଣିତ ହେଉଥିଲା  । ସେହିପରି ସେବା କ୍ଷେତ୍ରରେ ୧୦ ଲକ୍ଷରୁ କମ ନିବେଶ ହୋଇଥିବା କମ୍ପାନୀକୁ ଅଣୁ ଉଦ୍ୟୋଗ କୁହାଯାଉଥିଲା । ଅପରପକ୍ଷରେ ୨ କୋଟିରୁ କମ ଉଦ୍ୟୋଗକୁ କ୍ଷୁଦ୍ର ଓ ୫ କୋଟିରୁ କମ ଉଦ୍ୟୋଗକୁ ମଧ୍ୟମ ଉଦ୍ୟୋଗ ଭାବେ ପରିଗଣିତ ହେଉଥିଲେ  ।

    କିନ୍ତୁ ନୂତନ ସଂଜ୍ଞା ଅନୁଯାୟୀ ଉଭୟ ନିର୍ମାଣ ଓ ସେବା ଉଦ୍ୟୋଗଗୁଡ଼ିକୁ ଗୋଟିଏ ବର୍ଗ କରାଯାଇଛି । ୧ କୋଟିରୁ କମ ନିବେଶ ଓ ୫ କୋଟିର କମ ଟର୍ଣ୍ଣଓଭର ଥିବା କମ୍ପାନୀଗୁଡ଼ିକୁ ଅଣୁ ଉଦ୍ୟୋଗ ଭାବେ ବିବେଚନା କରାଯିବ  । ଅପରପକ୍ଷରେ ୧୦ କୋଟିରୁ କମ ନିବେଶ ଓ ୫୦ କୋଟିରୁ କମ ଟର୍ଣ୍ଣଓଭର ଥିବା କମ୍ପାନୀଗୁଡ଼ିକୁ କ୍ଷୁଦ୍ର ଏବଂ ୨୦ କୋଟିରୁ କମ ନିବେଶ ଓ ୧୦୦ କୋଟିରୁ କମ ଟର୍ଣ୍ଣଓଭର ଥିବା କମ୍ପାନୀ ମଧ୍ୟମ ଉଦ୍ୟୋଗ ଭାବେ ପରିଗଣିତ ହେବେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook