Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ଅନୁଭବ ଜାଲ ସାର୍ଟିଫିକେଟ ଦେଇଛନ୍ତି’

    Share on :
    ajab-Image
    Date: Feb 2, 2020    Views: 9634

    ଭୁବନେଶ୍ୱର: ସପ୍ତାହ ତଳେ ରାଜ୍ୟ ସରକାରଙ୍କ ଜନୈକ ମନ୍ତ୍ରୀଙ୍କ ବିରୁଦ୍ଧରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରକୁ ନେଇ ମାମଲା ରୁଜୁ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ତଥ୍ୟ ଓ ପ୍ରମାଣ ସହ ଜାଲ୍ ସାର୍ଟିଫିକେଟ୍ର ଖୁଲାସା କରିଛି କଂଗ୍ରେସ । ଅନୁଭବଙ୍କ ଜାଲ୍ ସାର୍ଟିଫିକେଟ୍ର ପ୍ରମାଣ ଦେଇ ତୁରନ୍ତ ଜାଲି ନେତାଙ୍କୁ ଜେଲ୍ ପଠାଇବା ପାଇଁ କଂଗ୍ରେସ ନେତା ତଥା ଆଇନ୍ଜୀବୀ ନିଶିକାନ୍ତି ମିଶ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

    ସାମ୍ବିଧାନିକ ବିଧି ବ୍ୟବସ୍ଥା ତଥା ଜନପ୍ରତିନିଧି ଆଇନ ନିର୍ବାଚନ ଲଢିବା ପାଇଁ ଜଣେ ପ୍ରାର୍ଥୀଙ୍କର ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିନଥିବା ସ୍ଥଳେ, ଯେଉଁମାନେ ଆଇନ୍ ପ୍ରଣୟନ କରିବା ପାଇଁ ବିଧାନସଭା ହେଉ କି ଲୋକସଭା ନିର୍ବାଚନ ଲଢୁଛନ୍ତି ସେମାନେ ନିଜକୁ ସମାଜ ଆଖିରେ ଉଚ୍ଚ କରିବା ପାଇଁ ହେଉ କି ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ଉଦେ୍ଧଶ୍ୟରେ ଉଚ୍ଚଶିକ୍ଷିତ ବୋଲି ସତ୍ୟପାଠ ମାଧ୍ୟମରେ ଦର୍ଶାଇବା ଏକ ସାଧାରଣ ପ୍ରକି୍ରୟା ହୋଇଯାଇଛି ।

    ସଦ୍ୟ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ (ପଦ୍ମନାଭ ବେହେରା) ଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶ ରାଜ୍ୟ ସରକାର କିଭଳି ଜାଲି ନେତାମାନଙ୍କୁ ସୁରକ୍ଷା ଦେବାରେ ଲାଗି ପଡିଛନ୍ତି, ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି । କେବଳ ସେତିକି ନୁହେଁ ସୂଚନା ଅଧିକାର ଆଇନ୍କୁ ଆଧାର କରି ଯାହା ତଥ୍ୟ ସଂଗୃହୀତ ହୋଇଛି, ରାଜ୍ୟ ସରକାର ତଥା ବିଜୁ ଜନତା ଦଳ ଯାହାକୁ ‘ତାରକା ପ୍ରଚାରକ' ଭାବରେ ପ୍ରଚାର ମୈଦାନକୁ ଛାଡିଛନ୍ତି, ସେ ମହାଶୟ (ଅନୁଭବ ମହାନ୍ତି) ୨୦୧୪ ମସିହା ରାଜ୍ୟସଭା ନିର୍ବାଚନ ସମୟରେ ତାଙ୍କ ସତ୍ୟପାଠରେ ଶୋଭିତ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ମିରଟରୁ ବି.ଏ. ଇନ୍ ଆର୍ଟସ୍, ପବ୍ଲିକ୍ ଆଡମିନ୍ଷ୍ଟ୍ରେସନ ଶିକ୍ଷାଗତ ଯୋଗ୍ୟତା ବୋଲି ଦର୍ଶାଇଛନ୍ତି । ଯାହା ବାସ୍ତବ ଚିତ୍ର ଠାରୁ ସଂପୂର୍ଣ୍ଣ ଭିନ୍ନ । ଏବେ ମଧ୍ୟ ସଂପୃକ୍ତ ସାଂସଦ କଟକ କନ୍ଦରପୁର କଲେଜର +୩ ଛାତ୍ର । ଯାହାର ରେଜିଷ୍ଟ୍ରେସନ୍ ନଂ - ୧୪୧୦୮/୨୦୦୩ । ଯାହା ସୂଚନା ଅଧିକାର ଆଇନ୍ ଦ୍ୱାରା ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ସଂଗ୍ରହ କରାଯାଇଅଛି । ଖାଲି ସେତିକି ନୁହେଁ ଉକ୍ତ ରେଜିଷ୍ଟ୍ରେସନ୍ ନମ୍ବରରେ କୌଣସି ମାଇଗ୍ରେସନ୍ ସାର୍ଟିଫିକେଟ୍ ଇସୁ୍ୟ କରାଯାଇନାହିଁ ବୋଲି ମଧ୍ୟ ଉକ୍ରଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶ । ଏପରି ମଧ୍ୟ ଯେଉଁ ଶୋଭିତ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ମିରଟରୁ ସାଂସଦ ବି.ଏ. ଇନ୍ ଆର୍ଟସ୍, ପବ୍ଲିକ୍ ଆଡମିନ୍ଷ୍ଟ୍ରେସନ ପାସ୍ କରିଛନ୍ତିି ବୋଲି କହୁଛନ୍ତି, ବାସ୍ତବତା ହେଲା ଯେ ୨୦୧୦ ମସିହାରେ ଭାରତ ସରକାର ମାନ୍ୟବର ସୁପି୍ରମ୍କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ସଂପୃକ୍ତ ୟୁନିଭରସିଟିର ସ୍ୱୀକୃତି ପ୍ରତ୍ୟାହାର କରାଯାଇଛି ବୋଲି ଦର୍ଶାଇଥିଲେ । 

    ବିଶ୍ୱ ବିଦ୍ୟାଳୟରୁ ଜାଲି ସାର୍ଟିଫିକେଟ୍ ନେଇଥିବା ସାଂସଦ ଭାରତବର୍ଷ ଲ'ମେକର । ସରକାର ତୁରନ୍ତ ମାମଲା ରୁଜୁ କରି ପଦକ୍ଷେପ ନିଅନ୍ତୁ । ଏହା କେବଳ କେନ୍ଦ୍ରାପଡା ପାଇଁ ଲଜ୍ଜା ନୁହେଁ, ଏହା ସମଗ୍ର ରାଜ୍ୟ ପାଇଁ ଲଜ୍ଜା । ନିଜର ସାଧୁତା ଓ ସ୍ୱଚ୍ଛତା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଅଦାଲତର ଛାଟ ପଡିବା ପୂର୍ବରୁ ନବୀନ ବାବୁ ଏବଂ ତାଙ୍କ ସରକାରଙ୍କର ଯଦି ଟିକେ ବି ମୂଲ୍ୟବୋଧ ଥାଏ, ତାହେଲେ ଜାଲି ନେତାମାନଙ୍କୁ ତୁରନ୍ତ ଜେଲକୁ ନିଅନ୍ତୁୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ନଚେତ୍ କଂଗ୍ରେସ ଏହାକୁ ନେଇ ଉପରସ୍ତରକୁ ଯିବ । ଏହି ଖୁଲାସା କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଜିନେଶ ଦାସ, ଜ୍ଞାନଦେବ ବେହୁରା, ମନୋରନ ଦାଶ, ରଜନୀ କୁମାର ମହାନ୍ତି, ମାନସ ମଲ୍ଲିକ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook