Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ୫୦ ବର୍ଷୀୟା ମା' ପାଇଁ ଟ୍ୱିଟର୍ରେ ବର ଖୋଜୁଛି ଝିଅ

    Share on :
    ajab-Image
    Date: Nov 7, 2019    Views: 763

    ନୂଆଦିଲ୍ଲୀ : ଭାରତୀୟ ସମାଜରେ ପ୍ରତ୍ୟେକ ମା'ର ସ୍ୱପ୍ନ ଥାଏ ନିଜ ଝିଅ ପାଇଁ ଭଲ ବର ସନ୍ଧାନ କରିବା, ଯିଏକି ତା'କୁ ଖୁସି ଓ ଶାନ୍ତିରେ ରଖିପାରିବ । କିନ୍ତୁ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍ ମାଧ୍ୟମରେ ଜଣେ ଝିଅ ନିଜ ୫୦ ବର୍ଷୀୟା ମା'ଙ୍କ ପାଇଁ ୫୦ ବର୍ଷୀୟ ଉତ୍ତମ ବର ସନ୍ଧାନରେ ଅଭିଯାନ ଚଳାଇବା ଚର୍ଚ୍ଚାର ବିଷୟ ପାଲଟିଛି  । ଟ୍ୱିଟର୍ରେ ମା-ଝିଅଙ୍କ ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି  । ତେବେ ଏହି ଫଟୋଠାରୁ ଅଧିକ ଆକର୍ଷଣ ପାଲଟିଛି ଏହାର କ୍ୟାପ୍ସନରେ ଲେଖାଯାଇଥିବା ବାର୍ତ୍ତା । ଏହାକୁ ଟ୍ୱିଟର୍ ବ୍ୟବହାରକାରୀ ବିପୁଳ ସମର୍ଥନ ଦେଇଛନ୍ତି । ଟ୍ୱିଟର୍ରେ ଆସ୍ଥା ବର୍ମା ନାମ୍ନୀ ଜଣେ ଯୁବତୀ ନିଜ ମା'ଙ୍କ ଫଟୋ ପୋଷ୍ଟ୍ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ତାଙ୍କ ୫୦ ବର୍ଷୀୟା ମା'ଙ୍କ ପାଇଁ ସେ ଉପଯୁକ୍ତ ବରପାତ୍ର ସନ୍ଧାନରେ ଅଛନ୍ତି । ବରର ଯୋଗ୍ୟତାକୁ ନେଇ ସେ କେତେକ ସର୍ତ୍ତ ରଖିଛନ୍ତି । ଆସ୍ଥାଙ୍କ ପୋଷ୍ଟ୍ ମୁତାବକ ବର ଶୁଦ୍ଧ ଶାକାହାରୀ ହେବା ସହ ମଦ୍ୟପାନ କରୁନଥିବେ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିବେ । ଆସ୍ଥାଙ୍କ ଟ୍ୱିଟର୍ ପ୍ରୋଫାଇଲରୁ ଜଣାପଡ଼ିଛି ଯେ ସେ ଜଣେ ଆଇନ ଛାତ୍ରୀ । ଆସ୍ଥା ମା'ଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବର ଖୋଜିବା ପରେ ଆସ୍ଥାଙ୍କ ପୋଷ୍ଟ୍ ଅନେକ ଲୋକଙ୍କୁ ଭାବପ୍ରବଣ କରିଦେଇଛି ଏବଂ ତାଙ୍କ ମା'ଙ୍କ ପାଇଁ ଅନେକ ବ୍ୟକ୍ତି ବର ସଂକ୍ରାନ୍ତରେ ପରାମର୍ଶ ଦେଇଛନ୍ତି । ଅନେକ ଆଶାୟୀ ସେମାନଙ୍କ ବିବାହ ପ୍ରସ୍ତାବ ମଧ୍ୟ ରଖିଛନ୍ତି । ଆସ୍ଥା ଏହି ଟ୍ୱିଟ୍ ୩୧ ଅକ୍ଟୋବର ରାତିରେ କରିଥିଲେ । ଏହାର କିଛି ସମୟ ପରେ ହିଁ ଏହା ଭାଇରାଲ ହୋଇଥିଲା । ଅନ୍ୟପକ୍ଷରେ ଟ୍ୱିଟର୍ରେ ଅନନ୍ତ ଜୈନ ନାମକ ଜଣେ ଯୁବକ ତାଙ୍କ ପିତାଙ୍କ ପାଇଁ ମଧ୍ୟ କନ୍ୟା ଖୋଜିବା ଅଭିଯାନ ଆରମ୍ଭ କରିବା ଚର୍ଚ୍ଚାରେ ରହିଛି ।

    Maximum 500 characters

    ଅଜବ View all

    Find Us on Facebook