Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହଜି ଯାଇଛି ମୌସୁମୀ

    Share on :
    ajab-Image
    Date: Jun 29, 2020    Views: 3559

    ଭୁବନେଶ୍ୱର: ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ହଜି ଯାଇଛି ମୌସୁମୀ । ଚଳିତ ମାସ ପହିଲାରୁ ୨୮ ତାରିଖ ମଧ୍ୟରେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକଠୁ କମ୍ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
    ଏ ସମ୍ପର୍କରେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିଦେ୍ର୍ଧଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ସାଧାରଣତଃ ସମୁଦ୍ର ଭିତରେ ଲଘୁଚାପ ଦେଖାଦେଲା ତା’ର ପ୍ରଭାବରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇଥାଏ । ମାତ୍ର ଚଳିତ ବର୍ଷ ସ୍ଥଳଭାଗରେ ଲଘୁଚାପ ହୋଇଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଉପକୂଳ ତୁଳନାରେ ଅଧିକ ବର୍ଷା ହୋଇଛି ବୋଲି ଡ.ସାହୁ ସୂଚନା ଦେଇଛନ୍ତି । ୧୦ ତାରିଖ ପରଠାରୁ ଏଭଳି ସ୍ଥିତି ଦେଖା ଦେଇଥିବା ସେ କହିଛନ୍ତି । ହେଲେ ଜୁଲାଇ ମାସରେ ପରିସ୍ଥିତି ବଦଳିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୫ ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହା ସହିତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ଡ.ସାହୁ ଆକଳନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook