Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଶିବପୁରରୁ ଲଢିବେ କ୍ରିକେଟର ମନୋଜ ତିୱାରୀ

    Share on :
    ajab-Image
    Date: Mar 13, 2021    Views: 5379

    ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ନିଜର ୨୯୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।  ଏହା ଦ୍ୱାରା ଏବେ ପଶ୍ଚିମବଙ୍ଗର  ନିର୍ବାଚନୀ ପାଣିପାଗ ଆହୁରି ସରଗରମ ହୋଇଯାଇଛି ।  ତେବେ ସମସ୍ତଙ୍କ ନଜର ଏବେ ଷ୍ଟାର ପ୍ରାର୍ଥୀଙ୍କ ଉପରେ ରହିଛି  ।ନିକଟରେ ଟିମଏସିରେ ସାମିଲ ହୋଇଥିବା ବଙ୍ଗାଲ କ୍ରିକେଟ ଟିମର  କ୍ୟାପଟେନ ମନୋଜ ତିୱାରୀଙ୍କୁ ଦଳ ଟିକେଟ ପ୍ରଦାନ କରିଛି ।  ଟିଏମସି ମନୋଜ ତିୱାରୀଙ୍କୁ ଶିବପୁର ବିଧାନସଭା ସିଟରେ ନିର୍ବାଚନ ଲଢିବା ପାଇଁ ଟିକେଟ ପ୍ରଦାନ କରିଛି ।  ମନୋଜ ନିକଟରେ ହିଁ ଟିଏମସିରେ ସାମିଲ ହୋଇଥିଲେ ।  ଏହି ଅବସରରେ ସେ ନିଜର ନୂତନ ରାଜନୈତିକ ଜୀବନ ପାଇଁ ନିଜର ସମର୍ଥକମାନଙ୍କ ଠାରୁ ସମର୍ଥନ ମାଗିଛନ୍ତି ।  ସେ ଦଳକୁ ଆସିବାର ମୁଖ୍ୟ କାରଣ ମମତା ବାନାର୍ଜୀଙ୍କୁ ଦର୍ଶାଇଛନ୍ତି ।  ମମତା ବାନାର୍ଜୀଙ୍କ ଠାରୁ ପ୍ରେରଣା ପାଇ ସେ ଟିଏମସିରେ ଯୋଗଦେଇଛନ୍ତି । ଏହି ପରିପ୍ରେକ୍ଷରେ ମନୋଜ ତିୱାରୀ କହିଛନ୍ତି ଯେ,  ଦେଶରେ ପେଟ୍ରୋଲ ଦର ୧୦୦ ଅତିକ୍ରମ କରିଗଲାଣି । ଦେଶରେ  ବର୍ତ୍ତମାନ କ’ଣ ହେଉଛି ।  ଆଜିର ଦିନରେ ଗରିବ ଓ ଚାଷୀଙ୍କ ଅବସ୍ଥା ଠିକ ନାହିଁ ।  ମୁଁ ସେମାନଙ୍କ ପାଇଁ କାମ କରିବାକୁ ଚାହେଁ ।  ମୁଁ  ଫୁଲ ଟାଇମ ରାଜନେତା ହେବାକୁ ଆସିଛି ।  ମମତା ବାର୍ଜୀଙ୍କ ଠାରୁ ପ୍ରେରଣା ପାଇ ମୁଁ ରାଜନୈତିକ ମୈଦାନରେ ଖେଳିବାକୁ  ଆସିଛି ବୋଲି ମନୋଜ ତିୱାରୀ କହିଛନ୍ତି । 

    Maximum 500 characters

    ଆମ ସମସ୍ୟା View all

    Find Us on Facebook