Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ପର୍ସରେ କ’ଣ ରଖିଲେ ହୁଏ ଧନ ହାନି ଜାଣନ୍ତୁ

    Share on :
    ajab-Image
    Date: Aug 29, 2020    Views: 3780

    ଆପଣଙ୍କ ପର୍ସ ଆପଣଙ୍କ ବ୍ୟକ୍ତିତ୍ୱକୁ ବୃଦ୍ଧି କରିବା ସହିତ ଧନକୁ ବୃଦ୍ଧି କରିଥାଏ  । ପର୍ସ ସହିତ ଆପଣଙ୍କ ଆର୍ଥିକ ସ୍ଥିତି ବି ଯୋଡ଼ି ହୋଇଥାଏ  । ଏପରି ପରିସ୍ଥିତିରେ ପର୍ସରେ କ’ଣ ରଖିବା ଉଚିତ ଓ କ’ଣ ନରଖିବେ ତାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ  । କିଛି ଖାସ୍ ଜିନିଷକୁ ପର୍ସରେ ରଖିଲେ ଆର୍ଥିକ ସ୍ଥିତି ବଢ଼ିଥାଏ  । ଅନ୍ୟପକ୍ଷରେ କିଛି ଜିନିଷ ପର୍ସରେ ରଖିଲେ ବହୁତ କ୍ଷତି ପହଞ୍ଚାଇ ଥାଏ  । ଫଳ ସ୍ୱରୂପ ଧନ ହାନି ମଧ୍ୟ ହୋଇଥାଏ  । ତେବେ ଜାଣିବା ପର୍ସରେ କେଉଁ ଜିନିଷ ରଖିବା ଉଚିତ ନୁହଁ  ।
    - ପର୍ସରେ ପଇସା ଓ ଜରୁରୀ ଜିନିଷ ଛଡ଼ା ଅନ୍ୟ ବହୁତ ଜିନିଷ ନରଖିବା ଉଚିତ  । ପର୍ସରେ ବେକାର କାଗଜପତ୍ର ନରଖିବା ଦରକାର  । ଏପରି କଲେ ନାକାରାତ୍ମକ ଉର୍ଜା ବଢ଼ିଥାଏ ଧନ ହାନି ଘଟିଥାଏ  ।
    - ବାସ୍ତୁ ଅନୁଯାୟୀ ଫର୍ସରେ ମୃତ ଲୋକଙ୍କ ଫଟୋ ନରଖିବା ଉଚିତ  । ପର୍ସରେ ମୃତ ଲୋକଙ୍କ ଫଟୋ ରଖିଲେ ଆପଣଙ୍କ କାମରେ ବାଧା ଉପୁଜିଥାଏ  । ବହୁ ସମୟରେ ଅଶୁଭ ହୋଇଥାଏ  ।
    - ବହୁ ସମୟରେ ଦେଖିବାକୁ ମିଳେ ଲୋକମାନେ ମାର୍କେଟରେ ଖାଇ ସାରି ହାତ ନଧୋଇ ପର୍ସରୁ ପଇସା ବାହାର କରି ଦେଇଥାନ୍ତି  । ଯାହା ଭଲ ନୁହେଁ  । ଏପରି କଲେ ମା’ ଲକ୍ଷ୍ମୀଙ୍କ ବାସ ରୁହେ ନାହିଁ  । ଆପଣ ପର୍ସ ସବୁବେଳେ ଖାଲି ରହେ  । ତେଣୁ ଖାଇବା ପରେ ହାତକୁ ଭଲ ଭାବରେ ସଫା କରି ପର୍ସ ଧରିବା କଥା  ।
    - ପ୍ରାୟ ଲୋକ ପର୍ସରେ ଦେବାଦେବୀଙ୍କ ଫଟୋ ରଖିଥାନ୍ତି  । ପର୍ସରେ ଭଗବାନଙ୍କ ଫଟୋ ରଖିବା ଭଲ  । କିନ୍ତୁ ଧ୍ୟାନ ରଖିବା ଦରକାର ଫଟୋ କୌଣସି ଜାଗାରୁ ଫାଟି ନଥିବା ଦରକାର ଓ ପୁରୁଣା ନହୋଇଥିବା ଦରକାର  । ପର୍ସରେ ଭଗବାନଙ୍କ ଫଟୋ ସବୁବେଳେ ନୂଆ ଓ ସୁନ୍ଦର ରଖିବା ଉଚିତ  ।
    - ପର୍ସରେ ପଇସାକୁ ସାଇତିକି ରଖିବା ଦରକାର  । ପ୍ରାୟ ଦେଖାଯାଏ ଲୋକମାନେ ପଇସାକୁ ପର୍ସରେ ସେମିତି ରଖି ଦିଅନ୍ତି  । ତାହାକୁ ସଜାଡ଼ି ରଖନ୍ତି ନାହିଁ  । ଯାହା ଠିକ୍ ନୁହଁ  । ସବୁବେଳେ ପର୍ସରେ ପଇସାକୁ ସଜାଡ଼ି କରି ରଖିବା ଦରକାର  । ମୋଡିକି ପଇସା ରଖିଲେ ଧନ ହାନି ହୋଇଥାଏ  ।
    - ପର୍ସରେ କେବେବି ନୋଟ ଓ ଖୁଚୁରା ପଇସାକୁ ଏକା ସାଙ୍ଗରେ ରଖନ୍ତୁ ନାହିଁ  । ଏପରି କଲେ ଧନ ହାନି ହେବାର ଆଶଙ୍କା ରହିଥାଏ  । ନୋଟ୍ ଅଲଗା ପକେଟ ଓ ଖୁଚୁରାକୁ ଅଲଗା ପକେଟରେ ରଖିବା ଉଚିତ  ।
    - କିଛି ଲୋକ ପର୍ସରେ ଅଶ୍ଳିଳ ଜିନିଷ ରଖିଥାନ୍ତି  । ଯାହା ଭଲ ନୁହେଁ  । ପର୍ସ ବହୁତ ପବିତ୍ର ଓ ମା’ ଲକ୍ଷ୍ମୀଙ୍କ ସ୍ଥାନ  । ତାଙ୍କ ସ୍ଥାନରେ ଅଶ୍ଳିଳ ଜିନିଷ ରଖିବା ଠିକ୍ ନୁହେଁ  ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook