Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଲୋକେ ପାଇବେ ମାଗଣା ଟଙ୍କା, କେଉଁଠି ଜାଣନ୍ତୁ

    Share on :
    ajab-Image
    Date: May 23, 2020    Views: 2803

    ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ମୁହଁମାଡି ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ପାଇଁ ନୁ୍ୟଜିଲାଣ୍ଡ ସରକାର ଏକ ଭିନ୍ନ ବିଚାର ଉପରେ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ହାତକୁ ସିଧାସଳଖ ନଗଦ ଯୋଗାଇ ଦେବେ ସରକାର । ମାଗଣାରେ ନୋଟ ବଣ୍ଟାଯିବ । ଏଥିପାଇଁ ପ୍ରଚୁର ନୋଟ୍‍ ଛାପିବ ନୁ୍ୟଜିଲାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ । ଲୋକଙ୍କୁ ଏହି ଟଙ୍କାକୁ ପରିଶୋଧ କରିବାକୁ ପଡ଼ିବ ନାହିଁ । ଏଭଳି ସୂଚନା ଦେଇଛନ୍ତି ନୁ୍ୟଜିଲାଣ୍ଡର ଅର୍ଥମନ୍ତ୍ରୀ ଗ୍ରାଣ୍ଟ ରୋବର୍ଟସନ୍‍ ।

    ନୁ୍ୟଜିଲାଣ୍ଡ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ନୀତିଗତ ପ୍ରୋତ୍ସାହନ ଅନ୍ତର୍ଗତ ଲୋକଙ୍କୁ ସିଧାସଳଖ ନଗଦ ବିତରଣ କରିବା ଉପରେ ଆମେ ବିଚାର କରୁଛୁ । ‘ହେଲିକପ୍ଟର ମନି’ ର ଉପଯୋଗ କରାଯାଇ ଲୋକଙ୍କ ହାତକୁ ନଗଦ ସ୍ଥାନାନ୍ତର କରାଯିବ । କରୋନା ମହାମାରୀ ବା କୋଭିଡ-୧୯ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ ।
    ସୂଚନା ଯୋଗ୍ୟ, କରୋନା ପ୍ରକୋପ ବଢ଼ିବା କାରଣରୁ କ୍ରମାଗତ ଭାବେ ନୁ୍ୟଜିଲାଣ୍ଡ ଅର୍ଥବ୍ୟବସ୍ଥାରେ ପତନ ଘଟୁଛି । ଏଥିପାଇଁ ନୁ୍ୟଜିଲାଣ୍ଡ ସରକାର ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ‘ହେଲିକପ୍ଟର ମନି’  ବ୍ୟବସ୍ଥାକୁ ଆପଣାଇବା ପାଇଁ ବିଚାର କରୁଛନ୍ତି । ସରଳ ଭାଷାରେ ଏହା କୁହାଯିବ ଯେ, ଏହି ବ୍ୟବସ୍ଥା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କୁ ଏଭଳି ନୋଟ ଯୋଗାଇଥାଏ । ଯାହାର ପରିଶୋଧ କରାଯାଇନଥାଏ । ଏହା ମାଧ୍ୟମରେ ଲୋକଙ୍କ ହାତରେ ଅଧିକ ଟଙ୍କା ପହଞ୍ଚିଥାଏ । ଏହା ହେଲେ ସେମାନେ ଖର୍ଚ୍ଚ କରିବେ ଏବଂ ଅର୍ଥନୈତିକ ସୁଧାର ଆସିବ ।
    ହେଲିକପ୍ଟର ମନି କ’ଣ? 
    ହେଲିକପ୍ଟର ମନି ମୁଦ୍ରାନୀତିର ଏକ ଅପରମ୍ପରାଗତ ଟୁଲ । ଏହା ଜରିଆରେ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ କରାଯାଇଥାଏ । ବୃହତ ମାତ୍ରାରେ ଟଙ୍କା ଛପାଯାଏ ଏବଂ ଏହାକୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯାଏ । ସର୍ବପ୍ରଥମେ ଏହି ଶବ୍ଦକୁ ଆମେରିକୀୟ ଅର୍ଥନୀତିଜ୍ଞ ମିଲଟନ ଫ୍ରାଡମ୍ୟାନ ବ୍ୟବହାର କରିଥିଲେ । ଫ୍ରାଡମ୍ୟାନ ଏହାକୁ ନେଇ କହିଥିଲେ ଯେ, ଅର୍ଥବ୍ୟବସ୍ଥାରେ ହଠାତ ନଗଦ ପରିମାଣ ବଢ଼ାଥ ଦେଲେ ମାନ୍ଦାବସ୍ଥାକୁ କିଛି ମାତ୍ରାରେ ପ୍ରତିହତ କରିହେବ ଏବଂ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ଏହି ଭଳି ନୀତି ଜରିଆରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ଜରିଆରେ ନୋଟ୍‍ ଯୋଗାଇ ବଢ଼ାଇଦିଏ ଏବଂ ଲୋକଙ୍କ ହାତକୁ ନୂଆ ଟଙ୍କା ଯାଏ । ଏହା ଦ୍ୱାରା ବ୍ୟୟ ବଢ଼ିଥାଏ ଏବଂ ଅର୍ଥନୀତିରେ ଚାହିଦା ଆସିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook