Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କେବେ ଏଭଳି ମମୋ ଚାଟ କରି ଖାଇଛନ୍ତି

    Share on :
    ajab-Image
    Date: Feb 20, 2021    Views: 3115

    ଆବଶ୍ୟକ ସାମଗ୍ରୀ-

    ସିଝା ମମୋ, ତେଲ, ଜିରା ,ଅଦା, କଂଚା ଲଙ୍କା, ସିଝା ମଟର, ଲୁଣ, ଟମାଟୋ ପ୍ୟୁରୀ, ଗୋଟା ଟମାଟୋ, ଡାଲଚିନି, ଚିନି, ଭିନେଗାର, ଦହି, ପୋଦିନା, ଗୋଲମରିଚ, ପାନମଧୁରୀ, ଧନିଆ ପତ୍ର ।

    ପ୍ରସ୍ତୁତି ପ୍ରଣାଳୀ-

    ପ୍ରଥମେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଟା ଜିରା , କଟା ଅଦା, କଟା କଂଚା ଲଙ୍କା, ସିଝା ମଟର, ଲୁଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଡାଲଚିନି ପକାଇ ୧୫ ରୁ ୨୦ ମିନିଟ୍ ଯାଏ ଗୋଳାଇବେ । ଏହାପରେ ସେଥିରେ ଅଳ୍ପ ଚିନି,ଅଳ୍ପ ଭିନେଗାର ପକାଇ ୫ ମିନିଟ ଯାଏଁ ମିକ୍ସ କରିବେ । ତାପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଆଉ ଏକ ପାତ୍ରରେ ଦହି ନେଇ ସେଥିରେ ଚିନି, ପୋଦିନା , ଗୋଲମରିଚ ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ପାନମଧୁରୀ, ଗୋଟା ଜିରା, ଗୋଲମରିଚ ପକାଇ ଫ୍ରାଏ କରି ଗୁଣ୍ଡ କରିବେ । ତାପରେ ପିଆଜ ଏବଂ ଟମାଟୋକୁ ଛୋଟଛୋଟ କରି କାଟିବେ । ତାପରେ ଆଉ ଏକ ପ୍ଲେଟରେ କଟା ପିଆଜ, କଟାକଂଚା ଲଙ୍କା,କଟା ଟମାଟୋ, ପ୍ରସ୍ତୁତ କରିଥିବା ମଟର ମସଲା, ପ୍ରସ୍ତୁତ କରି ରଖିଥିବା ଦହି, ଗୁଣ୍ଡ ମସଲା ଏବଂ ତା ଉପରେ ମମୋ,କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ମମୋ ଚାଟ୍ । ଏବେ ଏହାର ମଜା ନେଇ ପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook