Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ହାଥରସ ଗଣଦୁଷ୍କର୍ମ ମାମଲା: ଯୋଗୀଙ୍କ ସହ କ’ଣ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Sep 30, 2020    Views: 3982

    ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି  । ସେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଯୋଗୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି  ।  ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଟ୍ୱିଟ କରି କହିଛନ୍ତି ଯେ, ଏହିବିଷୟରେ ପ୍ରଧାନମନ୍ତ୍ରୀ ଅଧିକ କ୍ରୋଧ ପ୍ରକାଶ କରିବା ସହ ଦୋଷୀଙ୍କୁ ଦଣ୍ଡ ଦେବା  ଓ ସଠିକ ତଦନ୍ତ ଲାଗି ଯେଉଁ ପରାମର୍ଶ ଦେଇଛନ୍ତି ସେ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି  । ଏହି ଟିମ ଆଗାମୀ ୭ଦିନରେ ନିଜର ରିପୋର୍ଟ ପ୍ରଦାନ କରିବେ  । ତେଣୁ ଏପରି କାଣ୍ଡ ଘଟାଇଥିବା ଦୋଷୀଙ୍କୁ କେହି ବଞ୍ଚାଇପାରିବେନି ବୋଲି ଯୋଗୀ କହିଛନ୍ତି  । ସୂଚନାଯାୟୀ ହାଥରସର ଜଣେ ୧୯ବର୍ଷିୟ ଯୁବତୀଙ୍କୁ ଉକ୍ତ ଅଞ୍ଚଳର ୪ଯୁବକ ଗଣ ଦୁଷ୍କର୍ମ କରିଥିଲେ   । ବଞ୍ଚôବା ଲାଗି ଦୀର୍ଘ ୧୫ଦିନ ଲଢେ଼ଇ କରି ମଙ୍ଗଳବାର ପୀଡିତା ସବୁଦିନ ଲାଗି ଆଖି ବୁଜିଥିଲେ  । ପରିବାର ପକ୍ଷରୁ ଦୋଷୀଙ୍କୁ ଫାଶି ଦଣ୍ଡ ଦେବା ଲାଗି ଦାବି କରିଥିବା ବେଳେ ଯୋଗୀ ସରକାର ପିଡ଼ୀତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି  ଘୋଷଣା କରିଛନ୍ତି  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook