ମୁଖ୍ୟ ଖବର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅତୁଟ ରହିଛି । ଦେଶର ୫୫% ଜନତା ମୋଦିଙ୍କୁ ସମର୍ଥନ କରୁଛନ୍ତି । ଅପରପକ୍ଷରେ ରାହୁଲ ଗାନ୍ଧୀଙ୍କୁ ମାତ୍ର ୧୧% ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଶ୍ରେଷ୍ଠ ପ୍ରଶ୍ନର ଉତରରେ ମୋଦିଙ୍କୁ ୬୦% ସମର୍ଥନ ମିଳିଥିବାବେଳେ ରାହୁଲଙ୍କୁ କିନ୍ତୁ ୨୬% ଲୋକେ ଚୟନ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ମୋଦିଙ୍କର ଲୋକପ୍ରିୟତା ଅଧିକ ଥିବାବେଳେ ପଞ୍ଜାବରେ ସବୁଠାରୁ କମ ରହିଛି ।
ଅପରପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି ।
ଭୁବନେଶ୍ୱର : ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଏବିପି ନୁ୍ୟଜ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ତିନୋଟି ସ୍ଥାନରେ ଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ସ୍ଥାନ ପାଇନାହାନ୍ତି । ନବୀନ ପଟ୍ଟନାୟକ ନମ୍ବର ୱାନ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜି୍ରୱାଲ ଦ୍ୱିତୀୟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତୃତୀୟ ସ୍ଥାନରେ ଅଛନ୍ତି । ଅପରପକ୍ଷରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ନିଜ ରାଜ୍ୟରେ କମ ଲୋକ ପସନ୍ଦ କରିଛନ୍ତି ।
ଦେଶର ଟପ ୧୦ ମୁଖ୍ୟମନ୍ତ୍ରୀ ତାଲିକା
ଓଡ଼ିଶା : ନବୀନ ପଟ୍ଟନାୟକ
ଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲ
ଆନ୍ଧ୍ରପ୍ରଦେଶ : ଜଗନମୋହନ ରେଡ଼ୀ
କେରଳ : ପି. ବିଜୟନ
ମହାରାଷ୍ଟ୍ର : ଉଦ୍ଧବ ଠାକରେ
ଛତିଶଗଡ଼ : ଭୂପେଶ ବଗେଲ
ପଶ୍ଚିମବଙ୍ଗ : ମମତା ବାନାର୍ଜୀ
ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ୱାନ
ଗୋଆ : ପ୍ରମୋଦ ସାୱନ୍ତ
ଗୁଜୁରାଟ : ବିଜୟ ରୂପାଣୀ
Comments ସମସ୍ତ ମତାମତ