Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

BIHAR ELECTION

ମୁଖ୍ୟ ଖବର

    ବିହାର ନିର୍ବାଚନ ପରେ ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

    Share on :
    ajab-Image
    Date: Oct 9, 2020    Views: 2622

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ  । ଦ୍ୱିତୀୟ ପର୍ଯ୍ୟାୟ ସରକାର ଗଠନ କରିବା ପରେ ମନ୍ତ୍ରୀମଣ୍ଡଳରେ ଏଯାବତ କୌଣସି ପରିବର୍ତନ କରାଯାଇନାହିଁ  । ଇତିମଧ୍ୟରେ କେତେକ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ କେତେକ ମନ୍ତ୍ରୀଙ୍କର ପରଲୋକ ହୋଇଯାଇଛି  । ମନ୍ତ୍ରୀମଣ୍ଡଳରେ ଅନେକ ମନ୍ତ୍ରୀଙ୍କର ଦାୟିତ୍ୱ ବି ବୃଦ୍ଧିପାଇଛି  । ଏସବୁକୁ ଆଖିଆଗରେ ରଖି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମୋଦି ସରକାର ଯୋଜନା କରିଛନ୍ତି  । ବିହାର ବିଧାନସଭା ନିର୍ବାଚନ ସରିବା ପରେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବବୋଲି ଚର୍ଚ୍ଚା ଜୋର ଧରିଛି  । 

    ଏନଡ଼ିଏରେ ଏବେ ବଡ଼ ସହଯୋଗୀ ରହିଛି ଜେଡ଼ିୟୂ  । କିନ୍ତୁ ଜେଡ଼ିୟୂକୁ ମନ୍ତ୍ରୀ ପଦ ମିଳିନାହିଁ  । ଅପରପକ୍ଷରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେପରେ ଶିବସେନା ଏନଡ଼ିଏ ହାତ ଛାଡ଼ି ଦେଇଥିଲା  । ସେହିପରି ନିକଟରେ କୃଷି ବିଲକୁ ନେଇ ଶିରୋମଣୀ ଅକାଳୀ ଦଳ ବି ଏନଡ଼ିଏ ଛାଡ଼ି ଦେଇଛି  । 

    ପ୍ରଥମ ଦଫାରେ ମୋଦିଜୀ ନିଜ ମନ୍ତ୍ରୀମଣ୍ଡଳରେ ୫୭ ଜଣଙ୍କୁ ସ୍ଥାନ ଦେଇଥିଲେ  । ସେମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିଲେ  । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିପାରିବେ  । ଏବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋଟ ୫୪ ଜଣ ମନ୍ତ୍ରୀ ଥିବାବେଳେ ଆଉ ୨୭ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଯାଇପାରିବ  ।

    Maximum 500 characters

    BIHAR ELECTION View all

    Find Us on Facebook