Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦି ଓ ମମତାଙ୍କ ଭିତରେ ଦୂରତ୍ବ ସୃଷ୍ଟି କରିଛି ‘ଜୟ ଶ୍ରୀ ରାମ’ ସ୍ଲୋଗାନ

    Share on :
    ajab-Image
    Date: Feb 7, 2021    Views: 3456

    କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ସରଗରମ ଭିତରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିତରେ ଦୂରତ୍ବ ସୃଷ୍ଟି କରି ଦେଇଛି।  ଏବେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଯୋଗଦେବାକୁ ମନା କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୁଣିଥରେ ପଶ୍ଚିମବଙ୍ଗ ଓ ଆସାମ ଗସ୍ତ​‌ରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ନରେ ହଳଦିଆ ପହଁଞ୍ଚିବେ। ସେଠାରେ ଏକ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି, କିନ୍ତୁ ତାଙ୍କର ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେନି। କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦି ଦୁଇ ସପ୍ତାହ ପୂର୍ବରୁ କରିଥିବା ବଙ୍ଗଳା ଗସ୍ତ ବେଳେ ‘ଜୟ ଶ୍ରୀ ରାମ୍’ ସ୍ଲୋଗାନ  ଦେଇଥିଲେ। ମୋଦିଙ୍କ କାର୍ୟ୍ୟକ୍ରମରେ ମମତାଙ୍କୁ ନିମନ୍ତ୍ରଣ କରିଥିଲା, କିନ୍ତୁ ମମତାଙ୍କ କାର୍ୟ୍ୟାଳୟ ପକ୍ଷରୁ ସଫା ମନା କରିଦିଆଯାଇଛି ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟକ୍ରମରେ ଯୋଗ ଦେବେନି।

    ଉଲ୍ଲେଖନୀୟ ଯେ, ଦୁଇ ସପ୍ତାହ ପୂର୍ବେ ୨୩ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ବଙ୍ଗଳାରେ ଏକ କାର୍ୟ୍ୟକ୍ରମରେ ପହଁଞ୍ଚିଥିଲେ। ଏହି କାର୍ୟ୍ୟକ୍ରମରେ କିଛି ଲୋକ ଜୟ ଶ୍ରୀରାମ୍ ରାମ ସ୍ଲୋଗାନ ଦେଇଥିଲେ, ଯାହାକୁ ନେଇ ମମତା ଖୁବ୍ ରାଗି ଯାଇଥିଲେ। ସେ ପରେ କହିଥିଲେ, ଯେ କାର୍ୟ୍ୟକ୍ରମକୁ ଡକାଇ ତାଙ୍କର ଅପମାନ କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମମତାଙ୍କ ଅଫିସରୁ ପିଏମଓକୁ ସୂଚନା ଦିଆଯାଇଛି, ସେ ଏହି କାର୍ୟ୍ୟକ୍ରମକୁ ଆସିବେନି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook