ମୁଖ୍ୟ ଖବର
ହିମାଚଳପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭଗବାନ ଶିବଙ୍କ ଅବତାର । ହିମାଚଳ ପ୍ରଦେଶର ସହରାଞ୍ଚଳ ବିକାଶ ଓ ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ବାଜ ଏପରି କହିଛନ୍ତି । ଜୟରାମ ଠାକୁର୍ଙ୍କ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ସୁରେଶ ଭରଦ୍ବାଜ । ମହାଶିବରାତ୍ରୀ ଅବସରରେମୋଦିଙ୍କୁ ଭଗବାନ ଶିବଙ୍କ ସହ ତୁଳନା କଲେ ହିମାଚଳପ୍ରଦେଶ ମନ୍ତ୍ରୀ । କହିଲେ
ସେ କହିଛନ୍ତି କି ମୋଦି ହେଉଛନ୍ତି ଭଗବାନ ଶିବଙ୍କ ଆଶୀର୍ବାଦ । ଅନ୍ୟ ପକ୍ଷରେ କହିବାକୁ ଗଲେ ସେ ଶିବଙ୍କର ଅବତାର । କାରଣ ମୋଦି କରୋନା ଭାଇରସ ଭଳି ବିଶ୍ବ ମହାମାରୀରୁ ଦେଶକୁ ବଞ୍ଚାଇ ପାରିଛନ୍ତି । ୨୦୧୯ରେ ଲୋକସଭା ନିର୍ବାଚନ ଫଳାଫଳ ଆସିବାର ୨ ଦିନ ପୂର୍ବରୁ, ସେ କେଦାରନାଥ ଗୁମ୍ଫାରେ ୨ ଦିନ ବିତାଇଥିଲେ । ଏବଂ ତାଙ୍କୁ ଶିବଙ୍କର ଆଶୀର୍ବାଦ ମିଳିଥିଲା । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ରୋଗର ମୁକାବିଲା କରିଥିବାରୁ ତାଙ୍କୁ ବିଶ୍ବରେ ଜଣେ ଦକ୍ଷ ନେତା ଭାବରେ ଦେଖାଯାଉଛି । ତେଣୁ ତାଙ୍କ ଉପରେ ଭଗବାନ ଶିବଙ୍କର ଆଶୀର୍ବାଦ ଥିବାରୁ ଏସବୁ ସମ୍ଭବ ହୋଇପାରୁଥିବା ସୁରେଶ କହିଛନ୍ତି ।
Comments ସମସ୍ତ ମତାମତ