ମୁଖ୍ୟ ଖବର
ନୂଆଦିଲ୍ଲୀ: ସୋସିଆଲ ମିଡିଆ ସାଇଟ ଫେସବୁକକୁ ନେଇ ଅଷ୍ଟ୍ରେଲିଆରେ ବଡ଼ ବିବାଦ ଚାଲିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍କଟ ମାରିସନ ଏ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଲୋଡ଼ିଛନ୍ତି । ଉଭୟ ଗୁରୁବାର ରାତିରେ ଫୋନ ଯୋଗେ କଥା ହୋଇଥିଲେ । ଏହା ପରେ ମାରିସନ ଟ୍ୱିଟ କରିଥିଲେ କି ମୁଁ ଆଜି ମୋର ମିତ୍ର ମୋଦିଙ୍କ ସହିତ ଆଲୋଚନା କରିଛି । ଆମେ ଅଷ୍ଟ୍ରେଲିଆର ମିଡିଆ ପ୍ଲାଟଫମଅର୍ ବିଲ ଉପରେ ବି କଥା ହୋଇଛୁ । ଦୁଇ ଦେଶ ପରସ୍ପରର ସାମରିକ ଭାଗିଦାରୀ ହୋଇଥିବାରୁ ଉଭୟ କରୋନା ସଂକ୍ରମଣର ମୁକାବିଲା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନା ଏବଂ ମୁକ୍ତ ବଜାର ସୃଷ୍ଟି କରିବା ଭଳି ଅନେକ ପ୍ରସଙ୍ଗରେ ଏକତ୍ର କାମ କରିପାରିବେ । କ’ଣ କଥା ହୋଇଛି, ସେ ବିଷୟରେ ମାରିସନ ବିସ୍ତୃତ ଭାବେ କିଛି କହିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ସରକାର ଏକ ବିଲ ଆଗତ କରିଛନ୍ତି ଯାହା କାର୍ଯ୍ୟକାରୀ ହେଲେ ଫେସବୁକ ଭଳି ସୋସିଆଲ ମିଡିଆ କମ୍ପାନୀକୁ ଅନ୍ୟ ସମ୍ବାଦ ପରିବେଷଣ ଲାଗି ସମ୍ପୃକ୍ତ ମିଡିଆ ସଂସ୍ଥାକୁ ଅର୍ଥ ଦେବାକୁ ପଡିବ । ଏହାକୁ ବିରୋଧ କରି ଫେସବୁକ ଅଷ୍ଟ୍ରେଲିଆରେ ପ୍ରସାରିତ ନିଜ ସାଇଟରେ ସମସ୍ତ ପ୍ରକାର ସମ୍ବାଦର ପରିବେଷଣ ବନ୍ଦ କରି ଦେଇଛି । ଏମିତିକି ବ୍ୟବହାରକାରୀଙ୍କୁ କୌଣସି ପ୍ରକାର ନୁ୍ୟଜ ଅପଲୋଡ କରିବାକୁ ଏହା ସୁଯୋଗ ଦେଉନାହିଁ ।
Comments ସମସ୍ତ ମତାମତ