Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସମ୍ବଲପୁରବାସୀଙ୍କୁ ଏହି ଆହ୍ୱାନ ଦେଲେ ମୋଦୀ

    Share on :
    ajab-Image
    Date: Jan 2, 2021    Views: 3605

    ଭୁବନେଶ୍ୱର: ସମ୍ବଲପୁରବାସୀଙ୍କୁ ଲୋକାଲକୁ ଭୋକାଲ ପାଇଁ  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ସମ୍ବଲପୁରରେ ଆଇଆଇଏମର ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ଅବସରରେ ନିଜର ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ  ଏହି ଆହ୍ୱାନ ଦେଇଛନ୍ତି । ଶିଳାନ୍ୟାସ ଉତ୍ସବରେ  ପ୍ରଧାନମନ୍ତ୍ରୀ ପ୍ରଭୁ ଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କୁ ସମ୍ମାନ ଜଣାଇ ନିଜର ଅଭିଭାଷଣ ରଖିଥିଲେ ।  ଓଡ଼ିଶାବାସୀଙ୍କୁ ନୂଆ ବର୍ଷର ଜୁହାର ଜଣାଇଥିଲେ ମୋଦୀ ।  ପରେ ସେ କହିଥିଲେ ଯେ, କୋଭିଡ ସଙ୍କଟ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି ।  ଗତ ବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ବେଶୀ ସଫଳତା ମିଳିଛି ।  ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଶିକ୍ଷାର ହବ ହେବାକୁ ଯାଉଛି ବୋଲି ମୋଦୀ କହିଥିଲେ ।

    ଏହି ଅବସରରେ ମୋଦୀ ହୀରାକୁଦର ଗୌରବ ଓ ବୀର ସୁରେନ୍ଦ୍ର ସାଏଙ୍କୁ ମନେ ପକାଇଥିଲେ ।  ସମ୍ବଲପୁରବାସୀଙ୍କୁ ଲୋକାଲକୁ ଭୋକାଲ ପାଇଁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ,   ସମ୍ବଲପୁରୀ ଟେକ୍ସଯାଇଲ ସାରା ବିଶ୍ୱରେ ଚାହିଦା ରହିଛି ।  ସମ୍ବଲପୁରରେ  ସବୁ କିଛି ଭରପୁର । ପର୍ଯ୍ୟଟନ ପାଇଁ ପ୍ରକୃଷ୍ଟ ସ୍ଥାନ ।  ଆଇଆଇଏମ ସ୍ଥାନୀୟ ଓ ଗ୍ଲୋବାଲ ଉପôାଦ ମଧ୍ୟରେ ବି୍ରଜ ତିଆରି କରିବ ।  ଟେକ୍ନୋଲୋଜି ଆଜି ସବୁ ଭୌଗଳିକ ସମସ୍ୟାକୁ ଦୂର କରିପାରିଛି ।  ବିକାଶ ପାଇଁ ସର୍ଟ ଟର୍ମ ବଦଳରେ ଲଙ୍ଗ ଟର୍ମ ପଲିସି ଦରକାର ।  ୪୦ କୋଟି ଲୋକଙ୍କ ଏକସଙ୍ଗେ ଆକାଉଣ୍ଟ ଖୋଲିବା ସହଜ ନଥିଲା ବୋଲି ମୋଦୀ କହିଥିଲେ । 

    ପ୍ରକାଶ ଯେ, ସମ୍ବଲପୁରରେ ଆଜି ଆଇଆଇଏମର ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି ।  ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଛି ।  ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ଉତ୍ସବରେ ଯୋଗଦେଇଥିଲେ ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରମେଶ ପୋଖରିଆଲ ମଧ୍ୟ ଯୋଗଦେଇଥିଲେ ।  ସଭାସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।  ସ୍ଥାନୀୟ ସାଂସଦ ଓ ବିଧଶୟକ ମଧ୍ୟ ଉତ୍ସବରେ ସାମିଲ ଥିଲେ । 

    ସୂଚନାଯୋଗ୍ୟ,  ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ମୋଟ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି କ୍ୟାମ୍ପସ ୨୦୦ ଏକର ଜାଗାରେ ନିର୍ମାଣ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ଅର୍ଥାତ ଏପ୍ରିଲ ୨୦୨୨ ସୁଦ୍ଧା  ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।  ଏହି ନୂତନ କ୍ୟାମ୍ପସକୁ ସୋଲାରଯୁକ୍ତ କରିବାକୁ ଉଦ୍ୟମ କରାଯିବ।

    ବର୍ତ୍ତମାନ ପର୍ୟ୍ୟନ୍ତ ସମ୍ବଲପୁର ଆଇଆଇଏମ ଦେଶର ସର୍ବଶ୍ରେଷ୍ଠ ଆଇଆଇଏମ ହୋଇ ପାରିଛି। ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ଦିନଠାରୁ ଏହା ପ୍ରଥମେ ଏକ ଘରୋଇ କଲେଜ ଏବଂ ପରେ ବୁର୍ଲା ଜ୍ୟୋତି ବିହାର ୟୁନିଭର୍ସିଟିର ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook