Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୋମବାର ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକରେ ଉଦବୋଧନ ଦେବେ ମୋଦି

    Share on :
    ajab-Image
    Date: Oct 18, 2020    Views: 3761

    ନୂଆଦିଲ୍ଲୀ:ଅକ୍ଟୋବର ୧୯ ତାରିଖ ସନ୍ଧ୍ୟା ୭ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦ର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହି ବୈଠକରେ ଉଦବୋଧନ ଦେବେ  ପ୍ରଧାନମନ୍ତ୍ରୀ ମୋଦି  । ଏହି ବୈଠକ ଚଳିତ ମାସ ୨୧ ତାରିଖ ପର୍ୟ୍ୟନ୍ତ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ ଯେଉଁଥିରେ ନୀତି ନିର୍ଦ୍ଧାରକ ଏବଂ ବୈଜ୍ଞାନିକ ନେତୃବୃନ୍ଦଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଏଥିରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ପ୍ରତିକାର ନିମନ୍ତେ ବ୍ୟାପକ ବୈଜ୍ଞାନିକ ସହଯୋଗ ଲାଗି ଆହ୍ୱାନ ଦିଆଯିବ, ଯେଉଁଥିରେ ‘ବିଶ୍ୱ ପାଇଁ ଭାରତ’ ସହିତ କୋଭିଡ-୧୯ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ବିଶ୍ୱସ୍ତରୀୟ ପ୍ରମୁଖ ନେତା, ପ୍ରଖ୍ୟାତ ବୈଜ୍ଞାନିକ ଏବଂ ଗବେଷଣାକାରୀ ଏହି ବାର୍ଷିକ ବୈଠକରେ ସାମିଲ ହେବେ, ଯେଉଁମାନେ ମହାମାରୀ ପରେ ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଗତି ପାଇଁ ମହତ୍ତ୍ୱପୂର୍ଣ୍ଣ ପ୍ରାଥମିକତାଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରିବେ ଏବଂ କୋଭିଡ-୧୯ର ପ୍ରବନ୍ଧନ କରିବାକୁ ଆହ୍ୱାନଗୁଡ଼ିକର ପ୍ରତିକାର ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ। ଏହି ତ୍ରିବସୀୟ କାର୍ୟ୍ୟକ୍ରମରେ ମହାମାରୀ ସହ ଲଢ଼ିବା ଏବଂ ମହାମାରୀର ମୁକାବିଲା କରିବା ଓ ଅନ୍ତର୍ଜାତୀୟ ସମାଧାନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ କାର୍ୟ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ତଥା ଆଉ ଏକ ମହାମାରୀକୁ ରୋକିବା ପାଇଁ ବୈଜ୍ଞାନିକ ହସ୍ତକ୍ଷେପ ସଂକ୍ରାନ୍ତ ବିଷୟ ଉପରେ ବିଭିନ୍ନ କ୍ଷେତ୍ରର ନେତୃବର୍ଗ ଆଲୋଚନା କରିବେ। ଏହି ବାର୍ଷିକ ବୈଠକରେ ୪୦ଟି ଦେଶର ପାଖାପାଖି ୧୬୦୦ ଲୋକ ଅଂଶଗ୍ରହଣ କରିବେ। ଦେଶରେ କରୋନା ସଂକ୍ରମଣ ମାମଲାକୁ ନିୟନ୍ତ୍ରଣ  ରଖିବାକୁ ପ୍ରଧାନମନ୍ତ୍ରୀ ମୋଦି  ଉଚ୍ଚସ୍ତରୀୟ ବୈଠକ ଆଲୋଚନା କରୁଛନ୍ତି  । ସଫଳ ଟିକା ପରୀକ୍ଷା ଠାରୁ ଆରମ୍ଭ ଏହା କିପରି ବିଶ୍ୱବ୍ୟାପୀ ଲୋକଙ୍କ ନିକଟରେ ସହଜରେ ଉପଲବ୍ଧ ହେବ ସେନେଇ ମୋଦି ଦେଶର ଆଇଟି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି  । ଶନିବାର ମୋଦି କହିଛନ୍ତି ଯେ, ଦେଶର ନିର୍ବାଚନ ସମୟରେ ଯେଉଁପରି ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା କରାଯାଉଛି ସେହି ପ୍ରକ୍ରିୟାରେ ଟିକା ବଣ୍ଟନ କରାଯିବା ଆବଶ୍ୟକ । ତେବେ ପାର୍ବଣରେ ଲୋକେ  ମନମୁଖି ଭାବେ ବୁଲାବୁଲା ନକରି ସାମାଜିକ ଦୂରତା ସହ କୋଭିଡ-୧୯ ଗାଇଡ ଲାଇନ ମାନିବାକୁ ପରାମର୍ଶ  ଦେଇଛନ୍ତି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook