ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ‘ଅମ୍ପନ’ ପ୍ରଭାବରେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ଶୁକ୍ରବାର ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବାହ୍ନରେ କଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ କିଛି ସମୟ ମମତାଙ୍କ ସହ କଥା ହୋଇଥିଲେ। ଏହି ସମୟରେ ମମତା ‘ଅମ୍ପନ’କୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରାଯିବା ଉଚିତ ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାବୁଲ ସୁପ୍ରିୟୋ, ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏବଂ ଦେବାଶ୍ରୀ ଚୌଧୁରୀ ଉପସ୍ଥିତ ଥିଲେ। ପରେ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଆକାଶମାର୍ଗରୁ ସେମାନେ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ସୂଚନାଯୋଗ୍ୟ, ବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ହୋଇଛି। ଏଠାରେ ପ୍ରାୟ ୮୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ସମ୍ପତ୍ତି ନଷ୍ଟ ହୋଇଛି।
Comments ସମସ୍ତ ମତାମତ