Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜେଲ ଭିତରକୁ ମୋବାଇଲ ନେଇପାରିବେନି କର୍ମଚାରୀ

    Share on :
    ajab-Image
    Date: Aug 1, 2020    Views: 3055

    ଭୁବନେଶ୍ୱର: ଝାରପଡ଼ା ଜେଲରେ କଏଦୀଙ୍କ ଖଟି ଭିଡିଓ ଭାଇରାଲ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜେଲ ବିଭାଗ । ଜେଲ ଭିତରକୁ କୌଣସି କର୍ମଚାରୀ ମୋବାଇଲ ଫୋନ ସାଙ୍ଗରେ ନେଇ ଯାଇପାରିବେ ନାହିଁ । ଡୁ୍ୟଟିକୁ ଯିବା ସମୟରେ ପ୍ରବେଶ ପୂର୍ବରୁ ଫାଟକ ନିକଟରେ ମୋବାଇଲ ଡେ଼ାନ, ଟଙ୍କା ଦାଖଲ କରିବେ । ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀଙ୍କୁ ଯାଞ୍ଚ କରାଯିବ । ଏହାର ବିବରଣୀ ରେଜିଷ୍ଟରରେ ଉଲ୍ଲେଖ ରହିବ । ଜେଲର ଓ ସୁପରିଟେଣ୍ଡେଣ୍ଟ ମଧ୍ୟ ମୋବାଇଲ ଫୋନ ଧରି ୱାର୍ଡ ବୁଲିପାରିବେ ନାହିଁ । କେବଳ ଅଫିସ ଭିତରେ ବ୍ୟବହାର କରାଯାଇପାରିବ । ଝାରପଡ଼ା ଜେଲ ଭିଡିଓ ତିଆରି କରି ଭାଇରାଲ କରିବା ପଛରେ କିଛି ଅସାଧୁ କର୍ମଚାରୀଙ୍କ ହାତ ରହିଥିବା ସନେ୍ଦହ ପ୍ରକାଶ ପାଇବା ପରେ ଜେଲ ଡିଜି ଏଭଳି ସର୍କୁଲାର ଜାରି କରିଛନ୍ତି । ଏହି ନିୟମରେ ଉଲ୍ଲଂଘନ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ସହ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook