Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜାଣନ୍ତୁ କେଉଁ ରୁଟରେ ଚାଲିବ ‘ମୋ ବସ୍‍’

    Share on :
    ajab-Image
    Date: May 26, 2020    Views: 5058

    ଭୁବନେଶ୍ୱର:  ଭୁବନେଶ୍ୱର କଟକ ଏବଂ ଖୋର୍ଦ୍ଧା ସହରକୁ ‘ମୋ ବସ’ ଚଳାଚଳ କରଛି  । ସକାଳ ୭ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ ସେବା ଉପଲବ୍ଧ ହେବ । ପ୍ରାଥମିକ ପର୍ଯ୍ୟାୟରେ ୭ଟି ରୁଟରେ ବସ ଚଳାଚଳ ଆରମ୍ଭ ହୋଇଛି । ସପ୍ତାହକ ଭିତରେ ରୁଟ୍‍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ କୁହାଯାଇଛି । କ୍ରୁଟ ମହାପ୍ରବନ୍ଧକ ଦୀପ୍ତିମୟୀ ମହାପାତ୍ର କହିଛନ୍ତି, ବସରେ ଯେତିକି ସିଟ ରହିଛି ସେତିକି ଯାତ୍ରୀ ଯାତ୍ରା କରିପାରିବେ । ଛିଡା ହୋଇ ଯାତ୍ରୀ ଯାଇପାରିବେ ନାହିଁ କି ଯାତ୍ରା ପାଇଁ ଗାଇଡ ଏବଂ କ୍ୟାପଟେନ ଅନୁମତି ଦେବେ ନାହିଁ । ଯାତ୍ରୀମାନେ ଯାତ୍ରା କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆଗାମୀ ଦିନରେ କ୍ରୁଟ ପକ୍ଷରୁ ଡିଜିଟାଲ ଟିକଟ ବୁକିଂ ସେବା ଆରମ୍ଭ କରାଯିବ । ପ୍ରତ୍ୟେକଟି ବସକୁ ପ୍ରତିଦିନ ସାନିଟାଇଜ ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି । ମୋ ବସ ଚାଲିବାକୁ ଥିବା ରୁଟ ଗୁଡ଼ିକ ହେଲା - ରୁଟ ନଂ୧୦ ରେ ଏୟାରପୋର୍ଟ ଭୟା ଏଜି ଛକ ଏବଂ ପଟିଆ ହୋଇ ବସ କଟକ ସିଡିଏକୁ ଯିବ । ସେହିଭଳି ରୁଟ ନଂ-୧୧ ରେ ନନ୍ଦନବିହାରରୁ ବସ ବାହାରି ଭାୟା ମାଷ୍ଟରକାଣ୍ଟିନ, ବାଣୀବିହାର ଏବଂ କଳ୍ପନା ଛକ ଦେଇ ଲିଙ୍ଗିପୁର ଯାଏଁ ଚଳାଚଳ କରିବ । ରୁଟ ନଂ ୧୬ ରେ ମୋ ବସ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଏବଂ କଟକ ବାଦାମବାଡ଼ି ଦେଇ ସିଡିଏରେ ପହଞ୍ଚିବ । ଟୁଟ ନଂ ୨୦ରେ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡରୁ ବସ ବାହାରି ଭାୟା ବାଣୀବିହାର ଏବଂ ବରମୁଣ୍ଡା ହୋଇ ଖୋର୍ଦ୍ଧା ବସଷ୍ଟାଣ୍ଡକ ଚଳାଚଳ କରିବ । ରୁଟ ନଂ୨୩ ରେ ମାଷ୍ଟରକ୍ୟାଣ୍ଟିନରୁ ଭାୟା ଫାୟାର ଷ୍ଟେସନ ଦେଇ ସମ ହସ୍ପିଟାଲ ଯାଏଁ ଚଳାଚଳ କରିବ ବସ୍‍ । ରୁଟ ନଂ ୨୫ ରେ ଡୁମଡୁମାରୁ ବସ ବାହାରି ମାଷ୍ଟରକ୍ୟାଣ୍ଟିନ ହୋଇ ମଞ୍ଚେଶ୍ୱରକୁ ଯିବ । ରୁଟ ନଂ ୨୬ ରେ ମାଷ୍ଟରକ୍ୟାଣ୍ଟିନରୁ ଭାୟା ଫେୟାର ଷ୍ଟେସନ ଏବଂ ବରମୁଣ୍ଡା ଦେଇ ଏମ୍ସ ହସ୍ପିଟାଲ ପର୍ଯ୍ୟନ୍ତ ବସ ଚଳାଚଳ କରିବ । ତେବେ ପ୍ରତି ଅଧ ଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ବସ ରୁଟରେ ଚଳାଚଳ କରିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook