Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା: ଏମସରେ ଭର୍ତ୍ତି ମାଲକାନଗିରି ବିଧାୟକ

    Share on :
    ajab-Image
    Date: Sep 16, 2020    Views: 3403

    ଭୁବନେଶ୍ୱର: ପୁଣି ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ସେ କରୋନା ପଜିଟିଭ ଚିହ୍ନଟ ପରେ  ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି । 

    ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି ।  ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ।  ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । 

    Maximum 500 characters

    ତାଜା ଖବର View all

    Find Us on Facebook